ଓଡିଶା

odisha

ETV Bharat / sitara

ଦୀପିକାଙ୍କ ପରେ ମେଘନାଙ୍କ ସହ କାମ କରିବେ ରଣବୀର

ଖୁବ୍ ଶୀଘ୍ର ନିର୍ଦ୍ଦେଶିକା ମେଘନା ଗୁଲଜାରଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ରଣଭୀର ସିଂହ । ଫିଲ୍ଡ ମାର୍ଶଲ ସାମ ବାହାଦୂରଙ୍କ ଚରିତ୍ରରେ ନଜର ଆସିପାରନ୍ତି ରଣଭୀର ।

By

Published : Mar 11, 2019, 3:37 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ହାଇଦ୍ରାବାଦ: ଅନେକ ସୁପରହିଟ୍ ଫିଲ୍ମ ବଲିଉଡକୁ ଦେଇ ଟପ ହିରୋ ସାଜିଛନ୍ତି ରଣଭୀର ସିଂହ । ଆଜିକାଲି ତାଙ୍କୁ ଅନେକ ନିର୍ଦ୍ଦେଶକ ଫିଲ୍ମରେ ନେବାକୁ ବିଭିନ୍ନ ପ୍ରକାର ଚେଷ୍ଟା ଚଳାଇଛନ୍ତି । ବକ୍ସଅଫିସକୁ 'ତଲୱାର' ଏବଂ 'ରାଜି' ଭଳି ସୁପରହିଟ ଫିଲ୍ମ ଭେଟି ଦେଇ ଲୋକପ୍ରିୟ ନିର୍ଦ୍ଦେଶିକା ମେଘନା ଗୁଲଜାର ଅପକମିଂ ଫିଲ୍ମ ରଣବୀର ସିଂହଙ୍କୁ ନେବାକୁ ଉତ୍ସାହିତ।

ଆଜ୍ଞା ହଁ, ରଣଭୀର, ମେଘନାଙ୍କ ଆଗାମୀ ଫିଲ୍ମରେ ଫିଲ୍ଡ ମାର୍ଶଲ ସାମ ବାହାଦୂରଙ୍କ ଚରିତ୍ରରେ ନଜର ଆସିପାରନ୍ତି । ଫିଲ୍ମଟିର ନିର୍ଦ୍ଦେଶନା ମେଘନା ଦେଉଥିବାବେଳେ ଏହାର ପ୍ରଯୋଜନା ଦାୟିତ୍ବ ସମ୍ଭାଳିବେ ରୋନୀ ସ୍କ୍ରୁୱାଲା ।

ପ୍ରକାଶ ଥାଉକି ମେଘନା ଦୀର୍ଘ ସମୟରୁ ଏହି କାହାଣୀ ଉପରେ ରିସର୍ଚ କରିଆସୁଛନ୍ତି । ଅନ୍ୟପଟେ ଏହି ଫିଲ୍ମକୁ ରଣଭୀର ଏଯାବତ ସାଇନ କରିନାହାଁନ୍ତି । ଜଣାଇ ଦେଉଛୁ ଯେ ସାମ ମାନେକଶ 1971ରେ ଭାରତ-ପାକ ଯୁଦ୍ଧ ସମୟରେ ଭାରତୀୟ ସେନାର ଚିଫ ଅଫ ଆର୍ମୀ ଷ୍ଟାଫ ଥିଲେ । ସେ ସାମ ବାହାଦୂର ନାମରେ ମଧ୍ୟ ଜଣାଶୁଣା ।

ସେ ପ୍ରଥମ ଏମିତି ଆର୍ମୀ ଅଫିସର ଥିଲେ, ଯିଏ ଫିଲ୍ଡ ମାର୍ଶଲ ର୍ୟାଙ୍କରେ ପ୍ରମୋଟ କରାଯାଇଥିଲା । ସେ ପଦ୍ମବିଭୂଷଣ ଏବଂ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ ।

ପ୍ରକାଶ ଥାଉକି, ବର୍ତ୍ତମାନ ମେଘନା ନିଜର ଆଗାମୀ ବାୟୋଗ୍ରାଫିକଲ ଡ୍ରାମା 'ଛପାକ'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦୀପିକା ପାଦୁକୋନ ନଜର ଆସିବେ । ଫିଲ୍ମଟି ଏସିଡ ଆଟାକ ସର୍ଭାଇଭର ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନ ଉପରେ ଆଧାରିତ ।

ABOUT THE AUTHOR

...view details