ମୁମ୍ବାଇ: ବଲିଉଡ ଦମ୍ପତି ରଣଭୀର ସିଂ ଏବଂ ଦୀପିକା ପାଦୁକୋନ ସୋସିଆଲ ମିଡିଆରେ ଏକ ନୂତନ ପୋଷ୍ଟ ସେୟାର କରିଛନ୍ତି । । ଯେଉଁଥିରେ ଅଭିନେତା ରଣଭୀର ସିଂ ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ମୋଷ୍ଟ ଲୋକପ୍ରିୟ 'ମିକି' ଏବଂ 'ମିନି ମାଉସ'ର କାର୍ଟୁନ ଅବତାରରେ ଦେଖିବାକୁ ମିଳିବ । ଏହି ପୋଷ୍ଟକୁ ଦେଖି ପ୍ରଶଂସକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଏହି କାର୍ଟୁନ ସ୍କେଚରେ ରଣଭୀରଙ୍କୁ ମିକି ମାଉସ ଭାବରେ ଦର୍ଶାଯାଇଥିବାବେଳେ ଦୀପିକାଙ୍କୁ ଏକ ପତଳା ମିନି ମାଉସ ଭାବରେ ଦର୍ଶାଯାଇଛି । ମିନି ଦୀପିକାଙ୍କ ହାତରେ ଏକ ଲୁଣ ଶେକର ଡବା ଅଛି । ଦୀପିକାଙ୍କ ଖାଦ୍ୟ ତିଆରି କରିବାର ଦକ୍ଷତାକୁ ପ୍ରଶଂସା କରି 'ମିକି' ରଣଭୀର ଲେଖିଛନ୍ତି, 'ହୃଦୟର ପଥ ପେଟ ଦେଇ ଯାଇଥାଏ @ ଦିପିକାପାଦୁକୋନ ।