ହାଇଦ୍ରାବାଦ: ଖୁବ ଶୀଘ୍ର କପିଲ ଦେବଙ୍କ ଭୂମିକାରେ ନଜର ଆସିବେ ବଲିଉଡ ବାଜିରାଓ ରଣବୀର ସିଂହ । ଫିଲ୍ମ ‘83’ ଜରିଆରେ ଭାରତକୁ ପୁଣି ପ୍ରଥମ ବିଶ୍ବକପର ଯାତ୍ରା କରାଇବେ । ତେବେ ଫିଲ୍ମରେ ଖେଳାଳି ଭୂମିକାରେ ନଜର ଆସିବା ପୂର୍ବରୁ କମେଣ୍ଟେଟଟର ସାଜିଛନ୍ତି ରଣବୀର ।
ଭିଡିଓ ସୌଜନ୍ୟ: ଟ୍ବିଟର/@BCCI ଆଇସିସି ବିଶ୍ବକପରେ ଗତକାଲି(16 ଜୁନ) ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ହୋଇଥିଲା ଓ ଏଥିରେ କମେଣ୍ଟଟେଟର ସାଜିଥିଲେ ରଣବୀର ସିଂହ । ବିରେନ୍ଦ୍ର ସେହ୍ବାଗଙ୍କ ସହ ମିଶି ଭାରତକୁ କରୁଥିଲେ ଚିୟର୍ସ । ତେବେ ଏହା ପୂର୍ବରୁ ମାଞ୍ଚେଷ୍ଟରରେ ମାଇକ ଧରି ଗ୍ରାଉଣ୍ଡର ହାଲଚାଲ ବିଷୟରେ ଦେଉଥିଲେ ସୂଚନା ।
କମେଣ୍ଟ ଦେବା ସହ ରଣବୀରଙ୍କୁ ଭାରତୀୟ ଦଳର ଖେଳାଳିଙ୍କ ସହ ମସ୍ତି କରୁଥିବାର ଦେଖିବାକୁ ମିଳିଥିଲା । ଆଙ୍ଗୁଠିରେ ଆଘାତ ପାଇଥିବା ଶିଖର ଧୱନଙ୍କ ସହ ଚିୟରଅପ କରୁଥିବାର ନଜର ଆସିଥିଲେ ରଣବୀର । ଏହାସହ ଅଫ-ସ୍ପିନର ହରଭଜନ ସିଂହଙ୍କ ସହ ପୋଜ ଦେଇଥିଲେ ।
ପ୍ରକାଶଥାଉକି, ଗତ ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପରେ ପାକିସ୍ତାନ ଆଗରେ ଭାରତ 336ରନର ଟାର୍ଗେଟ ରଖିଥିଲା । ବର୍ଷା କାରଣରୁ 40 ଓଭରରେ 302 ପାକିସ୍ତାନକୁ ପୁରଣ କରିବାର ଥିଲା ମାତ୍ର 89 ରନରେ ବିଜୟୀ ହୋଇଥିଲା ଭାରତୀୟ ଟିମ । ଅନ୍ୟପକ୍ଷେ ରଣବୀରଙ୍କ ଫିଲ୍ମ ‘83’ ଏପ୍ରିଲ 10ରେ ରିଲିଜ ହେବ ।