ମୁମ୍ବାଇ: ବି-ଟାଉନର କୁଇନ କଙ୍ଗନା ରାଣାୱତଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ ସବୁବେଳେ ଚର୍ଚ୍ଚାରେ। ସେ ବଲିଉଡ ସେଲିବ୍ରିଟିଙ୍କୁ ପ୍ରାୟତଃ ସୋସିଆଲ ମିଡିଆରେ ଟାର୍ଗେଟ କରି ଖବରରେ ରହିଥାଆନ୍ତି। ପୁଣିଥରେ ସେ ଫିଲ୍ମ ନିର୍ମାତା କରନ ଜୋହର ଅଭିନେତ୍ରୀ ଆଲିୟା ଭଟ୍ଟ ଏବଂ ଆଉ କିଛି ସେଲିବ୍ରିଟିଙ୍କୁ ଟାର୍ଗେଟ କରି ବର୍ତ୍ତମାନ ଚର୍ଚ୍ଚାରେ। କାରଣ ଏହି ସେଲିବ୍ରିଟି କଙ୍ଗନାଙ୍କ ଫିଲ୍ମ ଉପରେ ବୟାନ ଦିଅନ୍ତି।
ଫଟୋ ସୌଜନ୍ୟ: ଟ୍ବିଟର@ରଙ୍ଗୋଲୀ ଚାନ୍ଦେଲ ଷ୍ଟାର୍ସଙ୍କୁ କଡା ଜବାବ ଦେବା ପରେ ରଙ୍ଗୋଲୀ ଘୋଷଣା କରିଛନ୍ତି ଯେ କଙ୍ଗନା ଖୁବଶୀଘ୍ର ନିଜ ଆଗାମୀ ଫିଲ୍ମ ‘ଅଯୋଧ୍ୟା’ ଜରିଆରେ ଭାରତର ହଜିଯାଇଥିବା ମହିମାକୁ ଫେରାଇ ଆଣିବାକୁ ଚେଷ୍ଟା କରିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ମଧ୍ୟ କଙ୍ଗନା ତୁଲାଇବେ।
ପ୍ରକାଶ ଥାଉକି ରଙ୍ଗୋଲୀ ପ୍ରଥମଥର କରୀନା କପୁର ଖାନଙ୍କ ପ୍ରଶଂସା କରିଛନ୍ତି। କାରଣ ସେ କଙ୍ଗନାଙ୍କକୁ ନେଇ ସକାରତ୍ମକ କମେଣ୍ଟ କରିଥିଲେ। ସେ କହିଥିଲେ ଏବେ ବଲିଉଡରେ ଅଭିନେତ୍ରୀ ଖୁବ୍ ସାହସୀ। କଙ୍ଗନା ହୁଅନ୍ତୁ କିମ୍ବା ବିଦ୍ୟା । ଏସମସ୍ତେ ଭିନ୍ନ ଭିନ୍ନ ରାସ୍ତାରେ ଚାଲୁଛନ୍ତି ଆଉ ପ୍ରାସଙ୍ଗିକ ଭୂମିକାକୁ ଚୟନ କରୁ ସଫଳ ହେଉଛନ୍ତି। ଫିଲ୍ମରେ ମହିଳାଙ୍କ ପାଇଁ ଏବେ ଭଲ ସମୟ।
କରୀନାଙ୍କ ଏହି କଥାର କେବଳ ପ୍ରଶଂସା କରିନାହାଁନ୍ତି ରଙ୍ଗୋଲୀ ବରଂ ସେ ଏହା ମଧ୍ୟ କହିଛନ୍ତି ଯେ କରୀନା, କଙ୍ଗନାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ‘ମଣିକର୍ଣ୍ଣିକା: ଦ କୁଇନ ଅଫ ଝାନ୍ସୀ’ ସମୟରେ ମଧ୍ୟ ସପୋର୍ଟ କରିଥିଲେ। ଯଦି କଥା ହେବା କଙ୍ଗନାଙ୍କ ଆଗାମୀ ଫିଲ୍ମ ବିଷୟରେ ତେବେ ସେ ଖୁବଶୀଘ୍ର ତାମିଲନାଡୁର ପୂର୍ବତନ ସ୍ବର୍ଗୀୟ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ ‘ଥଲାଇଭି’ରେ ନଜର ଆସିବେ। ଫିଲ୍ମକୁ ତାଙ୍କର ଅନେକ ଲୁକ୍ସ ସାମ୍ନାକୁ ଆସିସାରିଛି। ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ।