ମୁମ୍ବାଇ: ନିକଟରେ ମୁମ୍ବାଇରେ ଆୟୋଜିତ ହୋଇଯାଇଛି ମାମି ଫିଲ୍ମ ଫେଷ୍ଟିଭାଲ । ଯେଉଁଥିରେ ବଲିଉଡରେ ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ । ଏହି କ୍ରମରେ ଦୀପିକା ପାଦୁକୋନଙ୍କ ଠାରୁ ନେଇ କ୍ୟୁଟ ଆଲିୟା ଭଟ୍ଟ, ବେବୋ କରୀନା କପୁର ଖାନ, କରଣ ଜୋହରଙ୍କ ଭଳି ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା । ସମସ୍ତେ ରେଡ କାର୍ପେଟରେ ନିଜ ଗ୍ଲାମରସ ଅନ୍ଦାଜରେ ଦର୍ଶଙ୍କ ମନ ଚୋରି କରିଥିଲେ ।
ମାମି ଫିଲ୍ମ ଫେଷ୍ଟିଭାଲର ଶେଷରେ କରନ ଏକ ପ୍ୟାନେଲରେ କରିଥିଲେ । ଏହି ପ୍ୟାନେଲରେ କରୀନା ଓ ଆଲିୟା ମଧ୍ୟ ସାମିଲ ଥିଲେ । ସେହି ସମୟରେ ଏହି ତିନି ସେଲିବ୍ରିଟି ଖୁବ୍ ମସ୍ତିମଜାକ କରିବା ସହ ନିଜ ବ୍ୟକ୍ତିଗତ ରିଲେସନଶିପ ବିଷୟରେ ଆଲୋଚନା ମଧ୍ୟ କରିଥିଲେ। ଆଲିୟା କେବେ ରଣବୀର କପୁରଙ୍କୁ ବିବାହ କରିବେ ତାହା ମଧ୍ୟ ପ୍ୟାନେଲରେ ଶୁଣିବାକୁ ମିଳିଥିଲା । ଯେଉଁଠାରେ ଦର୍ଶକଙ୍କୁ ଏହା ଭଲ ଆସିଥିଲା ସେହିଠାରେ କିନ୍ତୁ ବି-ଟାଉନର କୁଇନ କଙ୍ଗନା ରଣାୱତଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲଙ୍କୁ ଏହି କଥା ହଜମ ହୋଇନଥିଲା ।