ଓଡିଶା

odisha

ETV Bharat / sitara

କଙ୍ଗନାଙ୍କୁ ଶୁଭେଚ୍ଛା ଜଣାଇ ଫସିଲେ ଆଲିୟା

ପୁଣି କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀଙ୍କ ଟାର୍ଗେଟରେ ଆଲିୟା ଭଟ୍ଟ । ପ୍ରଥମେ ତାଙ୍କ ଆକ୍ଟିଂ ଉପରେ ଏବେ ତାଙ୍କ ଶୁଭେଚ୍ଛା ଉପରେ ରାଗିଛନ୍ତି ରଙ୍ଗୋଲୀ ।

rangoli chandel
ଡିଜାଇନ ଫଟୋ

By

Published : Jan 27, 2020, 1:38 PM IST

ମୁମ୍ବାଇ: ବି-ଟାଉନର କୁଇନ କଙ୍ଗନା ରଣାୱତଙ୍କ ଖୁସି ଏବେ ନକିଲେ ସରେ । ଗତ ଶୁକ୍ରବାର ତାଙ୍କ ଅଭିନୀତ ଫିଲ୍ମ ‘ପଙ୍ଗା’ ରିଲିଜ ହୋଇଥିଲା । ଏହି ଫିଲ୍ମକୁ ଦର୍ଶକ ଓ ନିର୍ଦ୍ଦେଶକଙ୍କ ଶାନଦାର ପ୍ରତିକ୍ରିୟା ମିଳିବାରେ ଲାଗିଛି । ବକ୍ସ ଅଫିସରେ ଭଲ କଲେକ୍ସନ ମଧ୍ୟ କରୁଛି ଫିଲ୍ମ । ଏହାସହ କଙ୍ଗନାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯିବ । ଯାହାକୁ ନେଇ ଖୁସି ତାଙ୍କ ଫ୍ୟାନ୍ସ । ଏହି ଅବସରରେ ତାଙ୍କୁ ବଲିଉଡ ଷ୍ଟାର୍ସ ସୋସିଆଲ ମିଡିଆରେ ଶୁଭେଚ୍ଛା ଦେବାରେ ଲାଗିଛନ୍ତି । ହେଲେ କ୍ୟୁଟ ଆଲିୟା ଭଟ୍ଟଙ୍କ ପାଇଁ ସମସ୍ୟା ସାଜିଛି କଙ୍ଗନାଙ୍କୁ ଶୁଭେଚ୍ଛା ଜଣାଇବା ।

ଫଟୋ ସୌଜନ୍ୟ: ଟ୍ବିଟର@ରଙ୍ଗୋଲୀ ଚାନ୍ଦେଲ

କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ, ଆଲିୟାଙ୍କ ପୋଷ୍ଟକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଦେଖନ୍ତୁ ଆଲିୟା ଜି ମଧ୍ୟ କଙ୍ଗନାଙ୍କୁ ଫୁଲ ପଠାଇଛନ୍ତି । କଙ୍ଗନାଙ୍କୁ ଜଣା ନାହିଁ ହେଲେ ମତେ ବହୁତ ମଜା ଲାଗୁଛି ।’ ରଙ୍ଗୋଲୀଙ୍କ ଏହି ଟ୍ବିଟ ଉପରେ ୟୁଜର୍ସଙ୍କ ଖୁବ୍ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କିଛି ୟୁଜର୍ଜ ଆଲିୟାଙ୍କ ଟ୍ବିଟର ପ୍ରଶଂସା କରୁଥିବାର ନଜର ଆସୁଛନ୍ତି ତ ଆଉ କିଛି ରଙ୍ଗୋଲୀଙ୍କୁ କଡା ଜବାବ ଦେଉଥିବାର ।

ପ୍ରକାଶ ଥାଉକି ଏହା ପୂର୍ବରୁ ରଙ୍ଗୋଲୀ ‘ଗଲି ବୟ’ ଫିଲ୍ମରେ ଆଲିୟାଙ୍କ ପରଫର୍ମନ୍ସକୁ ଓଭରଆକ୍ଟିଂ କହିଥିଲେ । ଯାହା ଉପରେ ଆଲିୟା ଜବାବରେ କହିଥିଲେ ତାଙ୍କୁ ଏପରି ଜିନିଷରେ ପଡିବାର ନାହିଁ । ସେ ପଜେଟିଭ ରହିବାକୁ ଚାହୁଁଛନ୍ତି । ଆଉ ପରିଶ୍ରମ ସହ ବଲିଉଡରେ କାମ କରିବାକୁ ଚାହୁଁଛି । ସେ ସବୁବେଳେ ନିଜ ଭିତରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛନ୍ତି । ସମସ୍ତଙ୍କୁ ନିଜ କଥା କହିବାର ଅଧିକାର ଅଛି । ଯାହା ଉପରେ ସେ କିଛି ବି କହିବାକୁ ଚାହୁଁନାହାଁନ୍ତି । ରଙ୍ଗୋଲୀ କେବଳ ଆଲିୟାଙ୍କୁ ନୁହେଁ ବି-ଟାଉନର ଅନେକ କଳାକାରଙ୍କ ବିରୋଧରେ ଟ୍ବିଟ କରି ଚର୍ଚ୍ଚାରେ ଆସିସାରିଛନ୍ତି ।

ABOUT THE AUTHOR

...view details