ନୂଆଦିଲ୍ଲୀ: ସାଉଥ ଅଭିନେତ୍ରୀ କ୍ରିତି ସୁରେଶ ଏବଂ ସାଉଥ ସୁପରଷ୍ଟାର ନିତିନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ରଙ୍ଗ ଦେ'ର ଟ୍ରେଲର 19 ମାର୍ଚ୍ଚ ଶୁକ୍ରବାର ଦିନ ମୁକ୍ତିଲାଭ କରିଛି । କୁର୍ନୁଲରେ ଏକ ଇଭେଣ୍ଟ ସମୟରେ ଟ୍ରେଲର ଲଞ୍ଚ କରାଯାଇଥିଲା । ଫିଲ୍ମ 'ରଙ୍ଗ ଦେ'ର ଟ୍ରେଲର ଆସିବା ପରଠାରୁ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହା ଏକ ରୋମାଣ୍ଟିକ୍ ଡ୍ରାମା ଚଳଚ୍ଚିତ୍ର ।
ଟ୍ରେଲରେ ନିତିନ ଏବଂ କ୍ରିତିଙ୍କ ପରିବାର ମଧ୍ୟରେ ଥିବା ମତଭେଦ ହେତୁ ଏହି ଦମ୍ପତିଙ୍କ ସୁଖରେ ବାଧା ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି ।
ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅଟଲୁରୀ ବେଙ୍କି ତାଙ୍କ ଅଫିସିଆଲ୍ ଟ୍ବିଟରରେ ନିତିନ,କ୍ରିତି ଏବଂ ଦଳର ସଦସ୍ୟଙ୍କ ସହ ଟ୍ୟାଗ କରି ଫିଲ୍ମର ଟ୍ରେଲରକୁ ସେୟାର କରି ଲେଖିଛନ୍ତି, 7 ଦିନ ପରେ 'ରଙ୍ଗ ଦେ' ଚଳଚ୍ଚିତ୍ର ମାର୍ଚ୍ଚ 26 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।
ସୋସିଆଲ ମିଡିଆରେ ଫିଲ୍ମର ଟ୍ରେଲରକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି । ଟ୍ରେଲରକୁ ଏପର୍ଯ୍ୟନ୍ତ ୟୁଟ୍ୟୁବରେ 1.4 ମିଲିୟନରୁ ଅଧିକ ଭ୍ୟୁଜ ମିଳିସାରିଲାଣି ।
ପ୍ରକାଶ ଥାଉ ଯେ, ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମ ସୀତାରା ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ କରାଯାଇଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଟଲୁରୀ ବେଙ୍କି ।