ଓଡିଶା

odisha

ETV Bharat / sitara

ସାନ ପୁଅର ନାମକରଣ କଲେ ସୈଫିନା

ସାନ ପୁଅର ନାମକରଣ କଲେ ବଲିଉଡର ଷ୍ଟାର କପଲ ସୈଫ ଅଲ୍ଲୀ ଖାନ୍ ଏବଂ କରିନା କପୁର । ଉଭୟ ମିଶି ସାନ ପୁଅର ନାମ ରଖିଛନ୍ତି ‘ଜେହ୍’ ।

ସାନ ପୁଅର ନାମକରଣ କଲେ ସୈଫିନା
ସାନ ପୁଅର ନାମକରଣ କଲେ ସୈଫିନା

By

Published : Jul 10, 2021, 2:31 PM IST

ମୁମ୍ବାଇ: ସାନ ପୁଅର ନାମକରଣ କଲେ ବଲିଉଡର ଷ୍ଟାର କପଲ ସୈଫ ଅଲ୍ଲୀ ଖାନ୍ ଏବଂ କରିନା କପୁର । ଉଭୟ ମିଶି ସାନ ପୁଅର ନାମ ରଖିଛନ୍ତି ‘ଜେହ୍’। ଯାହାର ଘୋଷଣା କରିଛନ୍ତି ବରିଷ୍ଠ ଅଭିନେତା ରନ୍ଧୀର କପୁର । ରନ୍ଧୀର କହିଛନ୍ତି, ଗତ ସପ୍ତାହେ ତଳେ କରୀନା ଏବଂ ସୈଫ ସାନ ପୁଅର ଫାଇନାଲ ନାମ ଚୟନ କରିଥିଲେ । ବେବୋଙ୍କ ପିତାଙ୍କ ଅନୁଯାୟୀ, ‘ଜେହ୍’ର ଲାଟିନ୍ ଅର୍ଥ ବ୍ଲୁ କ୍ରିଷ୍ଟାଲ ବାର୍ଡ ଏବଂ ପ୍ୟାରିସ ଅର୍ଥରେ ‘ଟୁ କମ୍, ଟୁ ବ୍ରିଙ୍ଗ୍’ ।

ତେବେ ବେବୋ ପ୍ରେଗନେଣ୍ଟ ଥିବା ନେଇ ଗତ ବର୍ଷ ଅଗଷ୍ଟରେ ଘୋଷଣା କରିଥିଲେ । ଚଳିତ ବର୍ଷ ବର୍ଷ ଫେବୃୟାରୀ 21 ତାରିଖରେ ସେ ଆଉ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲା । ଯାହାର ନାମ ସେ ଏବେ ଜେହ୍ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details