ଓଡିଶା

odisha

ETV Bharat / sitara

ଆଇସିୟୁରୁ ​​ବାହାରିଲେ ରଣଧୀର, ଅଛନ୍ତି ସୁସ୍ଥ - ଆଇସିୟୁରୁ ​​ବାହାରିଲେ ରଣଧୀର

ଏବେ ଆଇସିୟୁରୁ ବାହାରିଛନ୍ତି ବଲିଉଡ ଅଭିନେତା ରଣଧୀର କପୁର । ଅଧିକ ପଢନ୍ତୁ...

Randhir Kapoor 'doing much better', moved out of ICU
ଆଇସିୟୁରୁ ​​ବାହାରିଲେ ରଣଧୀର, ପୂର୍ବ ଅପେକ୍ଷା ଏବେ ଅଛନ୍ତି ସୁସ୍ଥ

By

Published : May 3, 2021, 7:19 AM IST

ମୁମ୍ବାଇ: ମୁମ୍ବାଇର ଏକ ଡାକ୍ତରଖାନାରେ କୋଭିଡ-19 ଚିକିତ୍ସିତ ହେଉଥିବା ବଲିଉଡ ଅଭିନେତା ରଣଧୀର କପୁର ରବିବାର କହିଛନ୍ତି ଯେ ସେ ଆଇସିୟୁରୁ ବାହାରିଛନ୍ତି ।

ଏହି ସପ୍ତାହର ଆରମ୍ଭରେ ଅଭିନେତା କୋରୋନା ସଂକ୍ରମଣ ହୋଇଥିବା ଜଣାପଡିଥିଲା । ଯାହା ପରେ ତାଙ୍କୁ କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ରଣଧୀର କହିଛନ୍ତି, “ମୁଁ ପୂର୍ବ ଅପେକ୍ଷା ବର୍ତ୍ତମାନ ଭଲ ଅଛି। ମୁଁ ଗୋଟେ ଦିନ ପୁରା ଆଇସିୟୁରେ ରହିଲି ଏବଂ ପରେ ସେମାନେ ମୋତେ ଆଇସିୟୁରୁ ​​ବାହାର କରିଦେଲେ କାରଣ ମୋର ଏବେ ଆଉ ନିଶ୍ବାସ ନେବାରେ ଅସୁବିଧା ହେଉ ନାହିଁ କିମ୍ବା ଅକ୍ସିଜେନର ଦରକାର ନାହିଁ । ମୁଁ ବର୍ତ୍ତମାନ ଭଲ ଅଛି"।

ABOUT THE AUTHOR

...view details