ହାଇଦ୍ରାବାଦ: ଅଭିନେତା ରଣଦୀପ ହୁଡ୍ଡା (Randeep Hooda) ବହୁ ବର୍ଷ ଧରି ବଲିଉଡରେ ଅଛନ୍ତି । ରଣଦୀପ ହୁଡ୍ଡା ଯେତେବେଳେ ବି ପରଦାରେ ଆସିନ୍ତି, ପ୍ରଶଂସକଙ୍କଠାରୁ ବେଶ୍ ପ୍ରଶଂସା ସାଉଁଟିଥାନ୍ତି । ଅଭିନେତାଙ୍କ କାର୍ଯ୍ୟ ଏତେ ଉତ୍କୃଷ୍ଟ ଯେ ସେ ସର୍ବଦା ଦର୍ଶକଙ୍କ ହୃଦୟରେ ହିଁ ରହି ଆସିଛନ୍ତି। ରଣଦୀପ ଲାଇମଲାଇଟ୍ ଠାରୁ ଟିକିଏ ଦୂରରେ ରୁହନ୍ତି । ଅନେକ ଲୋକ ରଣଦୀପଙ୍କୁ ଫଲୋ କରନ୍ତି, କିନ୍ତୁ ବର୍ତ୍ତମାନ ତାଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର ଆସିଛି। କୁହାଯାଉଛି ଯେ ମାର୍ଚ୍ଚ 1ରେ ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ଅଭିନେତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହାର ସୂଚନା ସେ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିନାହାଁନ୍ତି । ଖବର ହେଉଛି ଯେ ତାଙ୍କ ଆଣ୍ଠୁର ଅସ୍ତ୍ରୋପଚାର କରାଯାଇଛି।
ଗତ କିଛି ମାସ ଧରି ରଣଦୀପ ହୁଡ୍ଡା ତାଙ୍କର ଆଗାମୀ ପ୍ରୋଜେକ୍ଟ ଇନ୍ସପେକ୍ଟର ଅବିନାଶଙ୍କ ପାଇଁ ସୁଟିଂରେ ବ୍ୟସ୍ତ ଥିଲେ କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ, ସୁଟିଂ ବେଳେ ରଣଦୀପଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା। ଯାହା ପରେ ରଣଦୀପ ଖୁବ୍ ଯନ୍ତ୍ରଣା ପାଇଥିଲେ । କୁହାଯାଉଛି ଯେ ରଣଦୀପଙ୍କୁ ମୁମ୍ବାଇର କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ମାର୍ଚ୍ଚ 1ରେ ତାଙ୍କ ଆଣ୍ଠୁର ଅସ୍ତ୍ରୋପଚାର କରାଯାଇଥିଲା। ତେବେ ରଣଦୀପଙ୍କ ତରଫରୁ କିମ୍ବା ତାଙ୍କ ଟିମ ତରଫରୁ କୌଣସି ସୂଚନା ସେୟାର କରାଯାଇ ନାହିଁ।