ମୁମ୍ବାଇ: ସଲମାନ ଖାନଙ୍କ ଅଭିନୀତ ରାଧେର ସେଟରେ ରଣଦୀପ ହୁଡ୍ଡାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଆଣ୍ଠୁ ଆଘାତ ପରେ ଏହି ଅଭିନେତା ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି । ରଣଦୀପ ଇନଷ୍ଟାଗ୍ରାମରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ତାଙ୍କ ପ୍ରଶଂସକଙ୍କୁ ଜଣାଇବା ପାଇଁ ଏକ ସେଲଫି ପୋଷ୍ଟ କରି ଲେଖିଛନ୍ତି: "ସୁସ୍ଥ ହେବା ପରେ ଏକ ସେଲଫି .. ମୋର ଆଣ୍ଠୁର ଆଘାତ ଏବେ ଠିକ ହେବାରେ ଲାଗିଛି ।
ତାଙ୍କର ଶୀଘ୍ର ଆରୋଗ୍ୟ ପ୍ରାର୍ଥନା କରି ପ୍ରଶଂସକମାନେ ତାଙ୍କ ପୋଷ୍ଟରେ କମେଣ୍ଟ ଦେଇଥିଲେ। ଜଣେ ପ୍ରଶଂସକ ଲେଖିଛନ୍ତି: ସବୁକିଛି ଭଲ ହୋଇଯିବ, ଏହି ପରିସ୍ଥିତିକୁ କିଛି ସମୟ ଦିଅ'।