ମୁମ୍ବାଇ:ଆଡୁଆରେ ପଡିଛନ୍ତି ବଲିଉଡ ଅଭିନେତା ରଣଦୀପ ହୁଡ୍ଡା । ସ୍କ୍ରିପ୍ଟ ରାଇଟର ପ୍ରିୟଙ୍କା ଶର୍ମା ରଣଦୀପଙ୍କୁ ଘେରିଛନ୍ତି । ପ୍ରିୟଙ୍କା ରଣଦୀପଙ୍କୁ ୧୦ କୋଟି ଟଙ୍କାର ଲିଗାଲ ନୋଟିସ ପଠାଇଛନ୍ତି । ନୋଟିସରେ ହୁଡ୍ଡାଙ୍କ ସମେତ ଅନ୍ୟମାନଙ୍କ ନାମ ମଧ୍ୟ ରହିଛି ।
ପ୍ରିୟଙ୍କାଙ୍କ ଅଭିଯୋଗ ଅନୁସାରେ, ସୋସିଆଲ ମିଡିଆରେ ଖୁବ ସକ୍ରିୟ ରୁହନ୍ତି ରଣବୀର । ସୋସିଆଲ ମିଡିଆରେ ରଣଦୀପଙ୍କ ସମ୍ପର୍କରେ ଆସିଥିଲେ ପ୍ରିୟଙ୍କା । ପ୍ରିୟଙ୍କାଙ୍କ ସ୍କ୍ରିପ୍ଟରେ କାମ କରିବାକୁ ରଣଦୀପ କହିଥିଲେ । ପରେ ସେ ରଣଦୀପଙ୍କ ସମେତ ଆଶା ହୁଡ୍ଡା, ଆଜଲି ହୁଡ୍ଡା, ରଣଦୀପଙ୍କ ମ୍ୟାନେଜର, ମନୀଷ, ପଞ୍ଚାଲି ଚୌଧୁରୀଙ୍କୁ ପ୍ରାୟ ୧୨ଶହ ଗୀତ ଏବଂ ୪୦ଟି ଷ୍ଟୋରୀ ସ୍କ୍ରିପ୍ଟ ପଠାଇଥିଲେ । କିନ୍ତୁ ପ୍ରାୟ ଅନେକ ବର୍ଷ ହୋଇଯାଇଛି ହେଲେ ରଣଦୀପ ତାଙ୍କ ସ୍କ୍ରିପ୍ଟରେ କାମ କରିନାହାନ୍ତି ।