ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ରଣଦୀପ ହୁଡ୍ଡା ଖୁବଶୀଘ୍ର ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେବାକୁ ଯାଉଛନ୍ତି । ରଣଦୀପ ତାଙ୍କର ପ୍ରଥମ ୱେବ୍ ସିରିଜ୍ 'ଇନ୍ସପେକ୍ଟର ଅଭିନାଶ'ର ସୁଟିଂ ଆରମ୍ଭ କରିଛନ୍ତି । ଏହି ୱେବ୍ ଶୋ'କୁ ନୀରଜ ପାଠକ ନିର୍ଦ୍ଦେଶନା ଦେଉଛନ୍ତି ।
ଜିଓ ଷ୍ଟୁଡିଓ ଶୁକ୍ରବାର ସିରିଜର ସୁଟିଂ ଆରମ୍ଭ ଏବଂ ଏଥିରେ କାର୍ଯ୍ୟ କରୁଥିବା କଳାକାରମାନଙ୍କ ନାମ ବିଷୟରେ ସୂଚନା ଦେଇଛି ।
ଜିଓ ଷ୍ଟୁଡିଓ ରିପୋର୍ଟ ଅନୁଯାୟୀ, ଏହି ୱେବ୍ ସିରିଜରେ ମହେଶ ମଞ୍ଜରେକର, ଉର୍ବଶୀ, ରଜନୀଶ, ଫ୍ରେଡି, ଗୋବିନ୍ଦ,ଅମିତ, ପ୍ରିୟଙ୍କା ବୋ ଏବଂ ଅଭିମନ୍ୟୁ ସିଂ ମଧ୍ୟ ଅଭିନୟ କରୁଛନ୍ତି ।