ଓଡିଶା

odisha

ETV Bharat / sitara

କିଶୋର କୁମାରଙ୍କ ବାୟୋପିକରେ ରଣବୀର, ଅନୁରାଗଙ୍କ ବଡ ଖୁଲାସା

ଖୁବଶୀଘ୍ର ପରଦାରେ ଦର୍ଶକ ପାଇବେ ଫେମସ ନିର୍ମାତା, ଅଭିନେତ୍ରୀ, ସଙ୍ଗୀତକାର କିଶୋର କୁମାରଙ୍କ ବାୟୋପିକ। ଖୁଲାସା କଲେ ଅନୁରାଗ ବାସୁ । କିଶୋରଙ୍କ ଅବତାରରେ ନଜର ଆସିବେ ରଣବୀର କପୁର। ଅଧିକ ଖବର ପଢନ୍ତୁ...

By

Published : Feb 7, 2020, 2:51 PM IST

ranbir kapoor
ଫଟୋ ସୌଜନ୍ୟ: ଡିଜାଇନ ଫଟୋ

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ରଣବୀର କପୁର ପ୍ରଥମଥର ଫେମସ ନିର୍ମାତା ଅନୁରାଗ ବାସୁଙ୍କ ସହ ଫିଲ୍ମ ‘ବର୍ଫି’ରେ କାମ କରିଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ଶାନଦାର ପ୍ରଦର୍ଶନ କରି ହିଟ୍ ସାବ୍ୟସ୍ତ ହୋଇଥିଲା । ହେଲେ ଯେବେଠୁ ଏହି ଯୋଡି ‘ଜଗ୍ଗା ଜାସୁସ’ ଜରିଆରେ ବକ୍ସ ଅଫିସକୁ ଫେରିଥିଲେ ତେବେ ଫିଲ୍ମ ଜବରଦସ୍ତ ଫ୍ଲପ ହୋଇଥିଲା । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ଏହି ଯୋଡି ପୁଣି ଏକାଠି କାମ କରିବାକୁ ଯାଉଛନ୍ତି । ନିକଟରେ ଅନୁରାଗ ଏକ ସାକ୍ଷାତକାରରେ କିଶୋର କୁମାରଙ୍କ ବାୟୋପିକ ନିର୍ମାଣ କରିବାର ଘୋଷଣା କରିଥିଲେ ।

ଏହି ବାୟୋପିକକୁ ନେଇ ଚର୍ଚ୍ଚା 2018ରେ ଆରମ୍ଭ ହୋଇଥିଲା । ହେଲେ ପରେ ଏହି ଫିଲ୍ମ ହୋଲ୍ଡ କରି ଦିଆଯାଇଥିଲା । ଏବେ ‘ଲୁଡୋ’ ନିର୍ଦ୍ଦେଶକ ଅନୁରାଗ ପୁଣି ଏହି ବାୟୋପିକକୁ ନେଇ ନିଜ ମନ କଥା କହିଛନ୍ତି । ସେ କହିଥିଲେ ଯେ କିଶୋର କୁମାରଙ୍କ ବାୟୋପିକ ସେ ନିହାତି ନିର୍ମାଣ କରିବେ । ଆଉ ଏଥର ସେ ରଣବୀରଙ୍କ ସହ କଥାବାର୍ତ୍ତା ମଧ୍ୟ କରିସାରିଛନ୍ତି ।

ଏହି ପ୍ରୋଜେକ୍ଟ ପାଇଁ ରଣବୀର ଏକଦମ ପରଫେକ୍ଟ । କିଶୋର କୁମାରଙ୍କ ବାୟୋପିକ ପାଇଁ ରଣବୀର ତାଙ୍କ ପ୍ରଥମ ପସନ୍ଦ ମଧ୍ୟ । ଖୁବଶୀଘ୍ର ସେ ଫିଲ୍ମର ସୁଟିଂ ଆରମ୍ଭ କରିବେ । ପ୍ରକାଶ ଥାଉକି ଅନୁରାଗ ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘ଲୁଡୋ’କୁ ନେଇ ଖୁବ ବ୍ୟସ୍ତ । ଫିଲ୍ମରେ ଫେମସ ଆକ୍ଟର ରାଜକୁମାର ରାଓ ମୁଖ୍ୟ ଭୂମିକାରେ ନଜର ଆସିବେ । ନିକଟରେ ଫିଲ୍ମର ଫାଷ୍ଟଲୁକ ପୋଷ୍ଟର ଜାରି କରାଯାଇଥିଲା।

ରାଜକୁମାରଙ୍କ ବ୍ୟତୀତ ଫିଲ୍ମରେ ଆଦିତ୍ୟ ରାୟ କପୁର, ଅଭିଷେକ ବଚ୍ଚନ, ଫାତିମା ସନା ସେଖ ଓ ସାନୟା ମଲହୋତ୍ରା ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ ।

ABOUT THE AUTHOR

...view details