ଓଡିଶା

odisha

ETV Bharat / sitara

‘କବୀର ସିଂ’ଙ୍କୁ ରିପ୍ଲେସ କରିବେ ରଣବୀର

ବଲିଉଡରେ ଦ୍ବିତୀୟ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ‘କବୀର ସିଂ’ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ୱାଙ୍ଗା । ଏଥର ଶାହିଦକୁ ରିପ୍ଲେସ କରିପାରିନ୍ତି ରଣବୀର କପୁର ।

By

Published : Sep 16, 2019, 9:34 PM IST

ଡିଜାଇନ ଫଟୋ

ମୁମ୍ବାଇ: ସାଉଥର ଲୋକପ୍ରିୟ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ୱାଙ୍ଗା ବଲିଉଡକୁ ବ୍ଲକବଷ୍ଟର ଫିଲ୍ମ ‘କବୀର ସିଂ’ ଦେଇ ସଫଳତା ଅର୍ଜନ କରିଛନ୍ତି । ଶାହିଦ କପୁର ଓ କିୟାରା ଆଡଭାନୀଙ୍କ ଅଭିନୀତ ଏହି ଫିଲ୍ମଟି ବିଶ୍ବ ସ୍ତରରେ 350 କୋଟି ଆୟ କରି ଏବର୍ଷର ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମରେ ସାମିଲ ହୋଇସାରିଛି । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ସନ୍ଦୀପ ଆଉ ଏକ ବଲିଉଡ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ।

ଏଥର ତାଙ୍କ ଫିଲ୍ମରେ ଶାହିଦ ନୁହେଁ ପପୁଲାର ଆକ୍ଟର ରଣବୀର କପୁର ନଜର ଆସିପାରନ୍ତି । ଏହି ଖବର ଶୁଣି ବର୍ତ୍ତମାନ ରଣବୀରଙ୍କ ଫ୍ୟାନ୍ସ ଖୁବ୍ ଉତ୍ସାହିତ ହୋଇଯାଇଛନ୍ତି । କିନ୍ତୁ ଏଯାବତ ରଣବୀରଙ୍କୁ ଫିଲ୍ମର ଆପ୍ରୋଚ କରାଯାଇନାହିଁ । କାରଣ ଫିଲ୍ମର ସ୍କ୍ରିପ୍ଟ ଉପରେ କାମ କରୁଛନ୍ତି ମେକର୍ସ ।

ଆଉ ଯେତେବେଳେ ସମ୍ପୂର୍ଣ୍ଣ ସ୍କ୍ରିପ୍ଟ ଲେଖା ହୋଇଯିବ ତେବେ ସେ ଫିଲ୍ମର ଷ୍ଟାର-କାଷ୍ଟକୁ ନେଇ ଖୁଲାସା କରିବେ । ପ୍ରକାଶ ଥାଉକି ରଣବୀର ଖୁବଶୀଘ୍ର ନିଜ କଥିତ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଆଲିୟାଙ୍କ ସହ ପ୍ରଥମଥର ‘ବ୍ରହ୍ମାସ୍ତ୍ର’ ଫିଲ୍ମରେ ନଜର ଆସିବେ । ନିର୍ଦ୍ଦେଶକ ଆୟନ ମୁଖାର୍ଜୀଙ୍କ ଏହି ଫିଲ୍ମରେ ବିଗ ବି ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ଅଭିନେତ୍ରୀ ମୌନୀ ରାୟ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଯାହାର ସୁଟିଂରେ ବ୍ୟସ୍ତ ଏହି ଷ୍ଟାର୍ସ ।

ABOUT THE AUTHOR

...view details