ମୁମ୍ବାଇ: ଦେଶରେ କୋରୋନା ସଙ୍କଟ କମିବାର ନାଁ ନେଉ ନାହିଁ । ଜନସାଧାରଣଙ୍କ ଠୁ ନେଇ ସେଲିବ୍ରିଟି ଏଯାବତ ଏହାର ଶିକାର ହେଉଛନ୍ତି । ଇତିମଧ୍ୟରେ ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ରଣବୀର କପୁରଙ୍କ କୋରୋନା ସଂକ୍ରମିତ ଖବର ସାମ୍ନାକୁ ଆସିଛି । ରଣବୀରଙ୍କ ମା' ତଥା ଅଭିନେତ୍ରୀ ନୀତୁ କପୁର ସୋସିଆଲ ମିଡିଆରେ ଏହି ଖବରକୁ କନଫର୍ମ କରିଛନ୍ତି । ଯାହାକୁ ନେଇ ଚିନ୍ତିତ ତାଙ୍କ ଫ୍ୟାନ୍ସ ।
କୋରୋନା କବଳରେ ରଣବୀର
ରଣବୀରଙ୍କୁ ନେଇ ସାମ୍ନାକୁ ଆସିଲା ବଡ ଖବର । ଅଭିନେତା କୋରୋନା ସଂକ୍ରମିତ ହେବା ଖବର ବର୍ତ୍ତମାନ ଚର୍ଚ୍ଚାରେ । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର କପୁର
ନୀତୁ ଇନଷ୍ଟାଗ୍ରାମରେ ରଣବୀରଙ୍କ ଫଟୋ ପୋଷ୍ଟ କରି ଜଣାଇଛନ୍ତି, ‘ଆପଣଙ୍କ ସ୍ନେହ ଓ ପ୍ରେମ ପାଇଁ ଧନ୍ୟବାଦ । ରଣବୀରଙ୍କ କୋରୋନା ରିପୋର୍ଟ ପଜିଟିଭି ବାହାରିଛି । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ଆଇସୋଲେସନରେ ରହି କୋରୋନାର ସବୁ ନିୟମ ପାଳନ କରୁଛନ୍ତି ।’ ନୀତୁଙ୍କ ପୂର୍ବରୁ ରଣବୀରଙ୍କ ବଡବାପା ତଥା ଅଭିନେତା ରଣଧୀର କପୁର ମଧ୍ୟ ଅଭିନେତାଙ୍କ ଅସୁସ୍ଥ ହେବା ସୂଚନା ଦେଇଥିଲେ ।
ସେପଟେ ରଣବୀରଙ୍କ ଗାର୍ଲଫ୍ରେଣ୍ଡ, ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ କୋରୋନା ଟେଷ୍ଟ ହୋଇଛି । ହେଲେ ଏଯାବତ ତାଙ୍କ ରିପୋର୍ଟ ସାମ୍ନାକୁ ଆସିନାହିଁ ।
Last Updated : Mar 9, 2021, 2:06 PM IST