ଓଡିଶା

odisha

ETV Bharat / sitara

ଘୋଷଣା ହେଲା ‘ଆନିମଲ’ର ରିଲିଜ ତାରିଖ, ଏକାଠି ହେବେ ରଣବୀର-ଅନିଲ

ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଆଗାମୀ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚା । ମୁଖ୍ୟ ଭୂମିକାରେ ରଣବୀର ଓ ଅନିଲଙ୍କୁ ଦେଖିବେ ଦର୍ଶକ । ଅଧିକ ପଢନ୍ତୁ...

By

Published : Mar 1, 2021, 3:19 PM IST

ଫଟୋ ସୌଜନ୍ୟ: ଟ୍ବିଟର@ଅନିଲ କପୁର
ଫଟୋ ସୌଜନ୍ୟ: ଟ୍ବିଟର@ଅନିଲ କପୁର

ମୁମ୍ବାଇ: ରଣବୀର କପୁର ଓ ଅନିଲ କପୁରଙ୍କୁ ପ୍ରଥମଥର ପରଦାରେ ଏକାଠି ଦେଖିବାକୁ ମିଳିବ । ଗତ ବର୍ଷରେ ଦୁଇଜଣଙ୍କ ଆଗାମୀ ଫିଲ୍ମ ‘ଆନିମଲ’ର ଘୋଷଣା କରିଥିଲେ ମେକର୍ସ । ଆଉ ସେହି ସମୟରୁ ଏଯାବତ ଫିଲ୍ମକୁ ନେଇ ଉତ୍ସାହିତ ସମସ୍ତେ । ଫିଲ୍ମରେ କେଉଁ କାହାଣୀ ପର୍ଯ୍ୟବେଶିତ ହୋଇଛି ଜାଣିବାକୁ ଦର୍ଶକ ବ୍ୟାକୁଳ ଥିବାବେଳେ ଏହାର ରିଲିଜ ତାରିଖ ଘୋଷଣା କରିଦେଇଛନ୍ତି ମେକର୍ସ ।

ଆସନ୍ତା ବର୍ଷ ଦଶହରାରେ ଫିଲ୍ମ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ । ଏହାର ସୂଚନା ଟ୍ବିଟରରେ ଦେଇ ଅନିଲ ଲେଖିଛନ୍ତି, ‘ଆନିମଲ 2022 ଦଶହରାରେ ଆସିବ ।’

ଆନିମଲରେ ଅନିଲ ଓ ରଣବୀରଙ୍କ ବ୍ୟତୀତ ପରିଣୀତି ଚୋପ୍ରା ଏବଂ ବବି ଦେଓଲ ମଧ୍ୟ ନଜର ଆସିବେ । ସେହିପରି ଫିଲ୍ମର ନିର୍ଦ୍ଦେଶନା ସନ୍ଦୀପ ରେଡ୍ଡୀ ଭାଙ୍ଗା ଦାୟିତ୍ବ ତୁଲାଉ ଥିବାବେଳେ ଏହାର ପ୍ରଯୋଜନା ଭୂଷଣ କୁମାର କରୁଛନ୍ତି । ଟି-ସିରିଜରେ ନିର୍ମାଣ ହେଉଛି ଫିଲ୍ମ ।

ପ୍ରକାଶ ଥାଉକି ଭାଙ୍ଗା ସନ୍ଦୀପ 2019ରେ ଆସିଥିବା ଫିଲ୍ମ କବୀର ସିଂରେ ନିର୍ଦ୍ଦେଶନା ଦେଇଥିଲା । ଯାହା ବ୍ଲକବଷ୍ଟର ଫିଲ୍ମ ସାଜିଥିଲା । ଫିଲ୍ମରେ ଦମଦାର ଅଭିନୟ କରିଥିଲେ ଶାହିଦ କପୁର ଓ କିୟାରା ଆଡଭାନୀ ।

ABOUT THE AUTHOR

...view details