ଓଡିଶା

odisha

ETV Bharat / sitara

କ’ଣ ବିବାହ କରିନେଲେ ରଣବୀର ଓ ଆଲିୟା?

ମସ୍ତିମୁଡରେ ରଣବୀର କପୁର ଓ ଆଲିୟାଙ୍କ ଫ୍ୟାନ୍ସ । ସୋସିଆଲ ମିଡିଆରେ ସେୟାର କଲେ ବିବାହ ଫଟୋ । ଯାହାକୁ ଦେଖି ଆଶ୍ଚର୍ଯ୍ୟ ଏହି ଲଭବାର୍ଡ ।

By

Published : Sep 4, 2019, 5:26 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର କପୁର ଫ୍ୟାନକ୍ଲବ

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଲଭବାର୍ଡ ରଣବୀର କପୁର ଓ ଆଲିୟ ଭଟ୍ଟ ସବୁବେଳେ ଫ୍ୟାନ୍ସଙ୍କ ପାଇଁ ପରଫେକ୍ଟ ଯୋଡି ଲାଗନ୍ତି । ଦୁଇଜଣଙ୍କ ରିଲେସନଶିପ ଖବର ଲାଇମଲାଇଟରେ ଆସିବା ପରଠାରୁ ଫ୍ୟାନ୍ସ ଦୁଇଜଣଙ୍କ ବିବାହ ଦେଖିବାକୁ ଅପେକ୍ଷା କରିବସିଛନ୍ତି । ଅନ୍ୟପଟେ ଏହି ଯୋଡିଙ୍କ ବିବାହ ଖବର ଗତ ବର୍ଷରୁ ଜୋର ଧରି ଆସୁଛି ।

ଇତିମଧ୍ୟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ରଣବୀର ଓ ଆଲିୟାଙ୍କ ବିବାହ ଫଟୋ । ଯାହାକୁ ଦେଖି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରୁଛି ଯେ, ସତରେ କଣ ଏହି ଯୋଡି ବିବାହ ବନ୍ଧନରେ ଆବଦ୍ଧ ହୋଇସାରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଫଟୋର ପୁରା କଥା...

କଥାଟି ହେଲା କି ରଣବୀର ଓ ଆଲିୟାଙ୍କ ଫ୍ୟାନ୍ସ ଫଲୋଇଂ ସୋସିଆଲ ମିଡିଆରେ ଆକାଶ ଛୁଆଁ । ଆଉ ବିବାହ ଫଟୋକୁ ଭାଇରାଲ କରିଛନ୍ତି ଦୁଇଜଣଙ୍କ ଫ୍ୟାନ୍ସ । ଏକ ଫଟୋକୁ ଫଟୋସପ କରି ବିବାହ ଫଟୋ ରୂପେ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ପ୍ରକାଶ ଥାଉକି ରଣବୀର ଓ ଆଲିୟାଙ୍କ ବିବାହ ଫଟୋଟି ବାସ୍ତବରେ ନିକଟରେ ରିଲିଜ ହୋଇଥିବା ଆଲିୟାଙ୍କ ବିଜ୍ଞାପନ ଫଟୋରୁ କରାଯାଇଛି । ଯେଉଁଥିରେ ଆଲିୟା ବୋହୂ ବେଶରେ ନଜର ଆସିଥିଲେ ଆଉ ତାଙ୍କ ସହ ଦେଖାଯାଇଥିବା ମେଲ ମଡେଲ ଫଟୋରେ ରଣବୀରଙ୍କ ଚେହେରାଙ୍କୁ ଏଡିଟି କରାଯାଇଛି । ଯାହାକୁ ସେୟାର କରି ତାଙ୍କ ଫ୍ୟାନ ଖୁବ୍ ମସ୍ତି କରିଛନ୍ତି।

ABOUT THE AUTHOR

...view details