ହାଇଦ୍ରାବାଦ: ବଲିଉଡ ଏବଂ ଟଲିଉଡରେ ଅଭିନୟ କରିଥିବା ଅଭିନେତା ରାଣା ଡଗଗୁବତୀ ଅଗଷ୍ଟ 8ରେ ତାଙ୍କ ଗର୍ଲଫ୍ରେଣ୍ଡ ମିହିକା ବଜାଜଙ୍କୁ ବିବାହ କରିବାକୁ ଯାଉଛନ୍ତି ।
ଗୁରୁବାର ଦିନ ମେହେନ୍ଦୀ ସମାରୋହ ଅନୁଷ୍ଠିତ ହୋଇଥିଲା । ମେହେନ୍ଦୀ ସମାରୋହରେ ରାଣା ଏକ ଧଳା ସାର୍ଟ ସହିତ ଧୋତି ପନ୍ଧିଥିବାବେଳେ ମିହିକା ଏକ ହଳଦିଆ ରଙ୍ଗର ଲେହେଙ୍ଗା ପିନ୍ଧିଥିବାର ନଜର ଆସିଥିଲେ ।
ଆଜି ଅଗଷ୍ଟ 8ରେ ରାଣା ଏବଂ ମିହିକା ହାଇଦ୍ରାବାଦର ରାମନାଡୁ ଷ୍ଟୁଡିଓରେ ବିବାହ କରିବେ । ଏହି ବିବାହରେ କେବଳ ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବ୍ୟକ୍ତି ସାମିଲ ହେବେ । ତେଲୁଗୁ ଏବଂ ମାରୱାଡି ପରମ୍ପରା ଅନୁଯାୟୀ ରାଣା-ମିହିକା ବିବାହ କରିବେ ।
ବିବାହରେ କିଛି ସତର୍କତା ଅବଲମ୍ବନ କରାଯାଇଛି । ବିବାହରେ ଉପସ୍ଥିତ ଥିବା ସମସ୍ତ ଅତିଥି ଏବଂ ଯେଉଁମାନେ ବିବାହ ସମ୍ବନ୍ଧୀୟ କାର୍ଯ୍ୟକଳାପ କରନ୍ତି, ସେମାନଙ୍କ ପାଇଁ କୋଭିଡ୍ -19ର ଟେଷ୍ଟ ହେବ । ସାନିଟାଇଜର ଏବଂ ସାମାଜିକ ଦୂରତାକୁ ଅବଲମ୍ବନ କରି ଅତିଥିମାନେ ବିବାହ ଉତ୍ସବରେ ଅଂଶଗ୍ରହଣ କରିବେ ।