ଓଡିଶା

odisha

ETV Bharat / sitara

‘ହାତୀ ମେରେ ସାଥୀ’ ପାଇଁ 30 କେଜି ଓଜନ କମାଇଲେ ଭଲ୍ଲାଲଦେବ - ରାଣା ଦଗ୍ଗୁବତୀଙ୍କ ଆଗାମୀ ଫିଲ୍ମ ହାତୀ ମେରେ ସାଥୀ

ଏପ୍ରିଲ 2ରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ରାଣା ଦଗ୍ଗୁବତୀଙ୍କ ଆଗାମୀ ଫିଲ୍ମ ‘ହାତୀ ମେରେ ସାଥୀ’। ନିକଟରେ ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ ହୋଇଯାଇଛି। ଇତିମଧ୍ୟରେ ନିଜ ଶରୀରର ଓଜନ କମେଇବାକୁ ନେଇ ଖୁଲାସା କରିଛନ୍ତି ରାଣା।

rana daggubati
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଣା ଦଗ୍ଗୁବତୀ

By

Published : Feb 26, 2020, 11:16 PM IST

ମୁମ୍ବାଇ: ‘ବହୁବଳୀ’ର ଭଲ୍ଲାଲଦେବ ରାଣା ଦଗ୍ଗୁବତୀ ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ହାଥୀ ମେରେ ସାଥୀଙ୍କୁ ନେଇ ଖୁବ୍ ବ୍ୟସ୍ତ। ନିକଟରେ ଏହି ଫିଲ୍ମରୁ ତାଙ୍କର ଫାଷ୍ଟଲୁକ ପୋଷ୍ଟର ମଧ୍ୟ ଜାରି ହୋଇଥିଲା। ତାଙ୍କ ସହ ଫିଲ୍ମରେ ଅଭିନେତା ପୁଲକିତ ସମ୍ରାଟ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ପ୍ରଭୁ ସୋଲୋମୋନ । ଏହି ଫିଲ୍ମରେ ନିଜ ଭୂମିକା ପାଇଁ ରାଣା ଖୁବ୍ ପରିଶ୍ରମ କରିଛନ୍ତି। ଏହାସହ ସେ ଶରୀରର ଓଜନ ପାଖାପାଖି 30 କେଜି କମ କରି ଚର୍ଚ୍ଚାରେ।

ଫିଲ୍ମରେ ଲମ୍ବା ଦାଢି ଆଉ ଧଳା କେଶରେ ନଜର ଆସିବେ ସେ। ଇତିମଧ୍ୟରେ ସେ ଏକ ସାକ୍ଷାତକାରେ ଯୋଗ ଦେଇ ଫିଲ୍ମ ପାଇଁ କିପରି 30 କେଜି ଓଜନ କମ କଲେ ତାର ଖୁଲାସା କରିଛନ୍ତି। ସେ କହିଥିଲେ ପ୍ରଭୁ ସାର ଚାହୁଁଥିଲେ ଫିଲ୍ମ ପୁରା ରିୟଲ ଲାଗିବା ପାଇଁ। ତାଙ୍କ ଶରୀର ଓଜନ କମ କରିବା ବହୁତ କଷ୍ଟଦାୟକ ଥିଲା। ହେଲେ ସେ ଫିଜିକଲ ଟ୍ରେନିଂ ନେଇଥିଲେ। ଏହାସହ ସେ ଡାଇଟରେ ମଧ୍ୟ ଅନେକ ପରିବର୍ତ୍ତନ କରିଥିଲେ।

ତାଙ୍କର ପୁରା ଏକ୍ସରସାଇଜ ବଦଳି ଯାଇଥିଲା । ସେ ୱେଟ ଟ୍ରେନିଂ କରିବା ପରିବର୍ତ୍ତେ କାର୍ଡିୟୋଭସ୍କୁଲର ସେଶନ ଆରମ୍ଭ କରିଥିଲେ। ସେ ସମ୍ପୂର୍ଣ୍ଣ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ବନ୍ଦ କରିଦେଇଥିଲେ। କିଛି ଦିନ ପର୍ଯ୍ୟନ୍ତ ସେ ଶାକାହାରୀ ହୋଇଯାଇଥିଲେ। ଏହାବ୍ୟତୀତ ସେ ଲୁଣ ଖାଇବା ମଧ୍ୟ କମ କରିଦେଇଥିଲେ। ସେ ବହୁତ କମ ଖାଦ୍ୟ ଖାଉଥିଲେ। ତାଙ୍କର ଏପରି ଡାଇଟ ଫିଲ୍ମ ସୁଟିଂ ସମୟରେ ତଥା ପାଖାପାଖି 2 ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ବୋଲି କହିଥିଲେ ରାଣା।

ABOUT THE AUTHOR

...view details