ଓଡିଶା

odisha

ETV Bharat / sitara

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି #AwardForRamayan - ରାମ ଅବତାରରେ ଅରୁଣ ଗୋଭିଲ

ନିକଟରେ ଆୱାର୍ଡ ନମିଳିବା ପ୍ରଶ୍ନର ଉତ୍ତର ଦେଇ ଚର୍ଚ୍ଚାରେ ଆସିଥିଲେ ‘ରାମାୟଣ’ର ରାମ। ଏବେ ମିଳିଲା ଫ୍ୟାନ୍ସଙ୍କ ସପୋର୍ଟ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Apr 27, 2020, 5:21 PM IST

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ପୌରାଣିକ ଧାରାବାହିକ ‘ରାମାୟଣ’ରେ ରାମ ଅବତାରରେ ଅଭିନୟ କରି ସମସ୍ତଙ୍କ ହୃଦୟ କିଣିଥିବା ଅଭିନେତା ଅରୁଣ ଗୋଭିଲ ପୁଣିଥରେ ଚର୍ଚ୍ଚାରେ। ନିକଟରେ ଅରୁଣ ସୋସିଆଲ ମିଡିଆରେ ଆୱାର୍ଡ ନମିଳିବାକୁ ନେଇ ଏକ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହାକୁ ଆଧାର କରି ସୋମବାର ସକାଳୁ ଟ୍ବିଟରରେ #AwardForRamayan ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି ଫ୍ୟାନ୍ସ। ଏବେ ଏହା ଉପରେ ଅରୁଣ ପ୍ରତିକ୍ରିୟା ଦେଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ଅରୁଣ ଗୋଭିଲ

ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ମୋର ମନ୍ତବ୍ୟ, ପ୍ରଶ୍ନର ଉତ୍ତର ଦେବାର ଥିଲା। କୌଣସି ପୁରସ୍କାର ପାଇବାର ଆକାଂକ୍ଷା ନଥିଲା । ରାଜକିୟ ସମ୍ମାନର ନିଜର ଅସ୍ତିତ୍ବ ଥାଏ । ହେଲେ ଦର୍ଶକଙ୍କ ପ୍ରେମଠୁ ବଡ କୌଣସି ପୁରସ୍କାର ନୁହେଁ। ଯାହା ମତେ ଭରପୁର ମିଳିଛି। ଆପଣଙ୍କ ନିବିଡ ପ୍ରେମ ପାଇଁ ଅନେକ ଅନେକ ଧନ୍ୟବାଦ।

ଫଟୋ ସୌଜନ୍ୟ: ଟ୍ବିଟର@ଫ୍ୟାନକ୍ଲବ

ପ୍ରକାଶ ଥାଉକି ଲକଡାଉନ ପାଇଁ ଘରେ ଥିବା ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଯାଇ ଦୂରଦର୍ଶନ 80-90 ଦଶକର ସବୁ ପୁରୁଣା ଧାରାବାହିକକୁ ପୁନଃ ପ୍ରସାରଣ କରିଥିଲା। କିଛି ଦିନ ପୂର୍ବରୁ ରାବଣ ବଧ ସହ ‘ରାମାୟଣ’ ଶେଷ ହୋଇଥିଲା । ଆଉ ଏବେ ଲବ-କୁଶ କାହାଣୀ ଦେଖିବାକୁ ପାଉଛନ୍ତି ଦର୍ଶକ। ରାମାୟଣ ଶେଷ ପରେ ‘ଉତ୍ତର-ରାମାୟଣ’ ପୁନଃ ପ୍ରସାରଣ ହୋଇଛି ।

ABOUT THE AUTHOR

...view details