ନୂଆଦିଲ୍ଲୀ: କୋରୋନାରୁ ସୁରକ୍ଷିତ ରହିବା ପାଇଁ ଦେଶବାସୀଙ୍କୁ ବର୍ତ୍ତମାନ ଭ୍ୟାକ୍ସିନ ଦିଆଯାଉଛି । ଏଥିରେ ସେଲିବ୍ରିଟି ମଧ୍ୟ ସାମିଲ ହୋଇଛନ୍ତି । ଅନେକ ସେଲିବ୍ରିଟି ଭ୍ୟାକ୍ସିନ ନେଇସାରିଲେଣି ଆଉ ଏବେ ଟେଲିଭିଜନର ଜଣାଶୁଣା ଅଭିନେତା ରାମ କପୁର ଭ୍ୟାକ୍ସିନ ନେବା ଖବର ସାମ୍ନାକୁ ଆସିଛି ।
ସେ ରବିବାର ଭ୍ୟାକ୍ସିନର ପ୍ରଥମ ଡୋଜ୍ ନେବା ସହ ଇନଷ୍ଟାଗ୍ରାମରେ ଏକ ମଜାଳିଆ ଭିଡିଓ ମାଧ୍ୟମରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି ।