ଓଡିଶା

odisha

ETV Bharat / sitara

‘ମୃତ୍ୟୁ ମଧ୍ୟ ମେଡ ଇନ ଚାଇନା’ - ଫେମସ ନିର୍ମାତା ରାମ ଗୋପାଲ ବର୍ମାଙ୍କ ନୂଆ ଟ୍ବିଟ

ମଙ୍ଗଳବାର ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର କୋରୋନା ଭାଇରସ ଉପରେ ଟ୍ବିଟ କରିଥିଲେ । ଆଉ ବୁଧବାର ନିର୍ମାତା ରାମ ଗୋପାଲ ବର୍ମା ମୃତ୍ୟୁକୁ ମେଡ ଇନ ଚାଇନା କହି ଚର୍ଚ୍ଚାରେ।

ram gopal varma
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Mar 4, 2020, 8:55 PM IST

ମୁମ୍ବାଇ: ଚୀନରେ ଆରମ୍ଭ ହୋଇଥିବା କୋରୋନା ଭାଇରସ ଧିରେ ଧିରେ କରି ଅନେକ ଦେଶରେ ବ୍ୟାପିବାରେ ଲାଗିଲାଣି । ଭାରତରେ ମଧ୍ୟ ଏହି ରୋଗରେ ସଂକ୍ରମିତ ହୋଇଥିବା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଭାରତରେ ଏଯାବତ 28ଟି ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ 3 ଜଣ ଏହି ସଂକ୍ରମଣରେ ସୁସ୍ଥ ମଧ୍ୟ ହୋଇଛନ୍ତି । ବଳକା 25 ଜଣଙ୍କ ମଧ୍ୟରେ 16 ଜଣ ବିଦେଶୀ ଓ 9 ଭାରତୀୟ ସାମିଲ ଅଛନ୍ତି । କେବଳ ରାଜନେତା ନୁହେଁ ବଲିଉଡ ସେଲିବ୍ରିଟି ମଧ୍ୟ କୋରୋନା ଭାଇରସରେ ଚିନ୍ତା ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ରାମ ଗୋପାଲ ବର୍ମା

ଇତିମଧ୍ୟରେ ଫେମସ ନିର୍ମାତା ରାମ ଗୋପାଲ ବର୍ମା ଏହି ମାମଲାରେ ଏକ ଟ୍ବିଟ କରି ଚର୍ଚ୍ଚାରେ । ସେ ଲେଖିଛନ୍ତି, ‘ମୁଁ କେବେ ମଧ୍ୟ ଭାବି ନଥିଲି ଯେ ମୃତ୍ୟୁ ବି ମେଡ ଇନ ଚାଇନା ହେବ।’ ତାଙ୍କର ଏହି ଟ୍ବିଟକୁ ଅନେକ ଲୋକ ସେୟାର କରିଛନ୍ତି ।

ସେପଟେ ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପ କୋରୋନା ଭାଇରସରୁ ବଞ୍ଚିବା ପାଇଁ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାର୍ମଶ ଦେଇଛନ୍ତି । ସେ ନିଜେ ମାସ୍କ ପିନ୍ଧି ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ଦିଲ୍ଲୀର ଟ୍ରିପ । ଏୟାରପୋର୍ଟରେ ସମସ୍ତଙ୍କୁ ମାସ୍କ ପିନ୍ଧିଥିବାର ଦେଖିଲି । ଯାହାକୁ ଦେଖି ମତେ ଚିନ୍ତା ହୋଇଥିଲା ଯେ ଆମେ କିପରି ଏବେ ବଞ୍ଚୁଛେ । ପୃଥିବୀକୁ କଣ ହୋଇଗଲାଣି ।

ପ୍ରକାଶ ଥାଉକି ନିକଟରେ ଅନେକ ସେଲିବ୍ରିଟି ଏୟାରପୋର୍ଟରେ ମାସ୍କ ପିନ୍ଧି ଯାତ୍ରା କରୁଥିବାର ନଜର ଆସିଥିଲେ । ଏହି କ୍ରମରେ ସାମିଲ ଅଛନ୍ତି ରଣବୀର କପୁର, ବରୁଣ ଧୱନ, ସନ୍ନି ଲିଓନୀ । ଏହି ସଂକ୍ରମଣ ପାଇଁ ଦୀପିକା ପାଦୁକୋନ ନିଜ ପ୍ୟାରିସ ଟ୍ରିପ ମଧ୍ୟ ରଦ୍ଦ କରିଦେଇଛନ୍ତି । ସେ ଲୁଇ ଭିନ୍ତୋଂ ଫ୍ୟାଶନ ୱିକ 2020ରେ ସାମିଲ ହେବାକୁ ଯାଇଥାଆନ୍ତେ ।

ABOUT THE AUTHOR

...view details