ହାଇଦ୍ରାବାଦ: ଫେମସ ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା ସବୁବେଳେ ବାସ୍ତବ କାହାଣୀକୁ ନେଇ ଫିଲ୍ମ ନିର୍ମାଣ କରନ୍ତି । ତାଙ୍କର ସବୁ ଫିଲ୍ମରେ କିଛି ନା କିଛି ପ୍ରକୃତ ଘଟଣା ଦେଖିବାକୁ ମିଳେ । ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ତାଙ୍କ ଆଗାମୀ ଫିଲ୍ମ ‘ଡି କମ୍ପାନୀ’ । ଏମାସରେ ରିଲିଜ ହୋଇଥାଆନ୍ତା ଫିଲ୍ମ । ହେଲେ କୋରୋନା ପ୍ରକୋପ ଦେଖି ଫିଲ୍ମର ରିଲିଜ ତାରିଖ ସ୍ଥଗିତ ରଖିଛନ୍ତି ମେକର୍ସ । ଇତିମଧ୍ୟରେ ରାମ ଗୋପାଲଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ସେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବାୟୋପିକ ନିର୍ମାଣ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି ।
ଏସଆରଏସଙ୍କ ଦେହାନ୍ତ ହେବାର କିଛି ସମୟ ପରେ ଅନେକ ନିର୍ମାତା ଅଭିନେତାଙ୍କ ବାୟୋପିକ ନିର୍ମାଣ କରିବାର ସଂକଳ୍ପ ନେଇଥିଲେ। ହେଲେ ଏଯାବତ କୌଣସି ସଠିକ୍ ଘୋଷଣା ହୋଇନାହିଁ ।
ହେଲେ ଏଥର ରାମ ଗୋପାଲ ଅଭିନେତାଙ୍କ ବାୟୋପିକ ନିର୍ମାଣ କରିବାକୁ ଯୋଜନା କରିଛନ୍ତି । ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ତାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ଯେ ସେ ଫିଲ୍ମରେ କଣ ସାମିଲ କରିବେ । ଡ୍ରଗ୍ ଟ୍ରାଏଲ୍, ରାଜନୈତିକ ପାୱାର ପ୍ଲେ, ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜନୀତି ଏବଂ ଏହି ମାମଲାରେ ଲାଗିଥିବା ସିବିଆଇ ଅନୁସନ୍ଧାନ ନା ଆଉ କିଛି ।