ଓଡିଶା

odisha

ETV Bharat / sitara

ଲକଡାଉନରେ ରାମ ଗୋପାଲଙ୍କ ‘କୋରୋନା ଭାଇରସ’, ଦେଖନ୍ତୁ ଟ୍ରେଲର - କୋରୋନା ଭାଇରସ ଉପରେ ପ୍ରଥମ ଫିଲ୍ମ ନିର୍ମାଣ

ବିଶ୍ବରେ ତାଣ୍ଡବ ରଚିଥିବା କୋରୋନା ଭାଇରସ ଉପରେ ପ୍ରଥମ ଫିଲ୍ମ ନିର୍ମାଣ କରି ଚର୍ଚ୍ଚାରେ ରାମ ଗୋପାଲ ବର୍ମା। ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଅମିତାଭ ବଚ୍ଚନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାମ ଗୋପାଲ ବର୍ମା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାମ ଗୋପାଲ ବର୍ମା

By

Published : May 28, 2020, 1:06 PM IST

ହାଇଦ୍ରାବାଦ: ଫେମସ ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା ସବୁବେଳେ ନିଜ ଶାନଦାର ଫିଲ୍ମ ପାଇଁ ଦର୍ଶକଙ୍କ ଫେଭରେଟ। ସେହିପରି ତାଙ୍କ ଫିଲ୍ମ ଦେଖିବାକୁ ମଧ୍ୟ ସବୁବେଳେ ବ୍ୟାକୁଳ ଥାଆନ୍ତି ଦର୍ଶକ। ଇତିମଧ୍ୟରେ ସେ ଆଉ ଏକ ଫିଲ୍ମ ନିର୍ମାଣ କରି ଚର୍ଚ୍ଚାରେ। ଆଜ୍ଞା ହଁ, ‘କୋରୋନା ଭାଇରସ’ ନାମରେ ସଟ ଫିଲ୍ମ ନିର୍ମାଣ କରି ସେ ପ୍ରଥମ ନିର୍ଦ୍ଦେଶକ ସାଜିଛନ୍ତି। କାରଣ ଏଯାବତ ଏହା ଉପରେ କେହି ଫିଲ୍ମ ନିର୍ମାଣ କରିନାହାଁନ୍ତି। ଯାହାର ଦମଦାର ଟ୍ରେଲର ବୁଧବାର ଦିନ ରିଲିଜ ହୋଇଯାଇଛି।

ଦର୍ଶକଙ୍କ ପାଇଁ ସେ ଟ୍ବିଟରରେ ଟ୍ରେଲରକୁ ସେୟାର କରିଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ଏହା କୋରୋନା ଭାଇରସ ଫିଲ୍ମର ଟ୍ରେଲର। କାହାଣୀ ଲକଡାଉନରେ ସୁଟ କରାଯାଇଛି ଏହା ସାବ୍ୟସ୍ତ କରିବାକୁ ଯେ କେହି ବି ଆମ କାମକୁ ରୋକିପାରିବେ ନାହିଁ ତେବେ ଭଗବାନ ହୁଅନ୍ତୁ କିମ୍ବା କୋରୋନା।’

ସେହିପରି ବିଗ ବି ଅମିତାଭ ବଚ୍ଚନଙ୍କୁ ମଧ୍ୟ ପସନ୍ଦ ଆସିଛି ‘କୋରୋନା ଭାଇରସ’ ଟ୍ରେଲର। ସେ ସୋସିଆଲ ମିଡିଆରେ ଏହାକୁ ସେୟାର କରି ଖୁବ୍ ପ୍ରଶଂସା କରିଛନ୍ତି। ଯଦି ଏହି ଫିଲ୍ମ ବିଷୟରେ କଥା ହେବା ତେବେ ଫିଲ୍ମଟି ତେଲେଙ୍ଗାର ଗୋଟିଏ ପରିବାରର କାହାଣୀକୁ ନେଇ ଆଧାପରିତ । ଟ୍ରେଲରରେ ଦେଖିବାକୁ ମିଳୁଛି କିପରି ପରିବାରର ଜଣେ ଜଣେ କରି କୋରୋନା ସଂକ୍ରମିତ ହେବାରେ ଲାଗିଛନ୍ତି।

ପ୍ରକାଶ ଥାଉକି ଲକଡାଉନ ପୂର୍ବରୁ ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁ କାର୍ଯ୍ୟ ବନ୍ଦ କରିଦିଆଯାଇଥିଲା । ଯାହା ପାଇଁ ଅନେକ ଫିଲ୍ମ, ସିରିୟଲର ସୁଟିଂ, ରିଲିଜ ଏବେ ସ୍ଥଗିତ ରଖାଯାଇଛି।

ABOUT THE AUTHOR

...view details