ଓଡିଶା

odisha

By

Published : Jan 19, 2022, 3:55 PM IST

ETV Bharat / sitara

ସୁପରଷ୍ଟାରଙ୍କ ଜ୍ବାଇଁଙ୍କୁ ଇଙ୍ଗିତ କଲେ ରାମୁ, କହିଲେ ଗୀତ ବଜାଇ ସେଲିବ୍ରେସନ୍‌ କର

ସାଉଥର ସୁପରହିଟ୍‌ ଯୋଡି ଧନୁଷ ଓ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ୧୮ ବର୍ଷର ବିବାହରେ ଏବେ ଫାଟ ସୃଷ୍ଟି ହୋଇଛି। ଏହି ଖବର ଲକ୍ଷ ଲକ୍ଷ ଫ୍ୟାନ୍‌ମାନଙ୍କୁ ଶକ୍ତ ଧକ୍କା ଦେଇଥିବାବେଳେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କୁ ଏହା କିନ୍ତୁ ଖୁସି ଦେଇଛି।

ଧନୁଷ-ଐଶ୍ବର୍ଯ୍ୟାଙ୍କୁ ଇଙ୍ଗିତ କଲେ ରାମୁ, କହିଲେ ଗୀତ ବଜାଇ ସେଲିବ୍ରେସନ୍‌ କର
ଧନୁଷ-ଐଶ୍ବର୍ଯ୍ୟାଙ୍କୁ ଇଙ୍ଗିତ କଲେ ରାମୁ, କହିଲେ ଗୀତ ବଜାଇ ସେଲିବ୍ରେସନ୍‌ କର

ହାଇଦ୍ରାବାଦ:ଏବେ ବି ଚର୍ଚ୍ଚାରେ ସାଉଥ୍‌ର ସୁପରହିଟ୍‌ ଯୋଡି ଧନୁଷ ଓ ଐଶ୍ବର୍ଯ୍ୟା ରଜନୀକାନ୍ତଙ୍କ ଛାଡପତ୍ର ଖବର। ଧନୁଷ ଏବଂ ତାଙ୍କ ପତ୍ନୀ ଐଶ୍ବର୍ଯ୍ୟାଙ୍କ ବିବାହ ବିଚ୍ଛେଦ ପ୍ରଶଂସକଙ୍କୁ ଯେତିକି ଚକିତ କରିଥିଲା ସେତିକି ଦୁଃଖ ବି ଦେଇଛି। ଏମାନଙ୍କ ୧୮ ବର୍ଷର ବୈବାହିକ ଜୀବନରେ ପଡିଛି ପୂର୍ଣ୍ଣଚ୍ଛେଦ। ଏହି ବିଚ୍ଛେଦ ଖବର ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କୁ ଶକ୍ତ ଧକ୍କା ଦେଇଛି। ହେଲେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କୁ କିନ୍ତୁ ଏହି ଖବର ଖୁସି ଦେଇଛି। ଧନୁଷ-ଐଶ୍ବର୍ଯ୍ୟାଙ୍କ ଛାଡପତ୍ରକୁ ନେଇ ଦେଇଥିବା ବିବାଦୀୟ ଟ୍ବିଟ୍‌ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଲୋକମାନେ ଧନୁଷ-ଐଶ୍ବର୍ଯ୍ୟାଙ୍କ ଛାଡପତ୍ରକୁ ନେଇ ବିଭିନ୍ନ ପ୍ରଶ୍ନ ପଚାରୁଥିବାବେଳେ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ତାଙ୍କ ଜବାବ୍‌ ପାଇଁ ଚର୍ଚ୍ଚାରେ ଅଛନ୍ତି। ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ପ୍ରାୟତଃ ବିବାଦୀୟ ବୟାନ ଓ ତାଙ୍କ ଫିଲ୍ମକୁ ନେଇ ଚର୍ଚ୍ଚାରେ ଥାନ୍ତି। ଏବେ ପୁଣି ସେ ଚର୍ଚ୍ଚାକୁ ଆସିଛନ୍ତି। ସେ ଟ୍ବିଟ୍‌ କରି କହିଛନ୍ତି, ‘ବିବାହ, ସମାଜ ଏବଂ ପୂର୍ବପୁରୁଷଙ୍କ ଦ୍ବାରା ମଣିଷ ଉପରେ ଜୋର ଜବରଦସ୍ତ ଲଦି ଦିଆଯାଉଥିବା ଖରାପ ପ୍ରଥା ।’

ରାମ ଗୋପାଳ ଆଉ ଏକ ଟ୍ବିଟ୍‌ରେ ଲେଖିଛନ୍ତି, ‘କେବଳ ଛାଡପତ୍ରର ସେଲିବ୍ରେସନ ସଙ୍ଗୀତ ବଜାଇ ପାଳନ କରିବା ଉଚିତ। କାରଣ ଆପଣ ଗୋଟିଏ ବନ୍ଧନରୁ ମୁକ୍ତ ହୋଇଗଲେ ବୋଲି ଖୁସି ପାଳନ କରିବା ଦରକାର । ପରସ୍ପରର ଭୟାନକ କ୍ବାଲିଟିକୁ ଯାଞ୍ଚ କରିବା ପ୍ରକ୍ରିୟାରେ ବିବାହଗୁଡିକୁ ଚୁପ୍‌ଚାପ କରିବା ଉଚିତ।’ ତେବେ ଏସବୁ ଟ୍ବିଟ୍‌ରେ ରାମ ଗୋପାଳ ସିଧା ସଳଖ ଧନୁଷ ଓ ଐଶ୍ବର୍ଯ୍ୟାଙ୍କ ନାଁ ନେଇ ନଥିଲେ ମଧ୍ୟ, ତାଙ୍କ ଆଡକୁ ଇଙ୍ଗିତ କରି କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details