ଓଡିଶା

odisha

ETV Bharat / sitara

ପାକ୍ ପିଏମଙ୍କୁ ରାମ ଗୋପାଲଙ୍କ କଡା ପ୍ରଶ୍ନ - pakistan

ପୁଲୱାମା ଆତଙ୍କବାଦୀ ଆକ୍ରମଣର ଗୋଟଏ ସପ୍ତାହ ପରେ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ପାକିସ୍ତାନ ପିଏମ ଇମରାନ ଖାନଙ୍କ ବିରୋଧରେ ଏକ ଟ୍ବିଟ କରିଛନ୍ତି । ଏହି ପୋଷ୍ଟରେ ସେ ଇମରାନଙ୍କୁ କଡା ପ୍ରଶ୍ନ କରୁଥିବାର ନଜର ଆସୁଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଟ୍ବିଟର/ ରାମ ଗୋପାଲ ବର୍ମା

By

Published : Feb 22, 2019, 3:42 PM IST

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ ପୁରା ଦେଶ କ୍ରୋଧିତ ହୋଇଅଛି । ଦେଶର ଜନତା ନିଜ ଯବାନ୍ଙ୍କ ଶହୀଦର ପ୍ରତିଷୋଧ ମାଗୁଛନ୍ତି । ପ୍ରଥମେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ନିଜ ଦେଶ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରି ଭାରତକୁ କଡା ଧମକ ଦେଇଥିଲେ ।

ବର୍ତ୍ତମାନ ଇମରାନ ଖାନଙ୍କ ଏହି ଭାଷଣର ଖୁବ୍ ଆଲୋଚନା ଚାଲିଛି । ବଲିଉଡ ଲୋକପ୍ରିୟ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ଟ୍ବିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ଇମରାନ ଖାନଙ୍କୁ ପ୍ରଶ୍ନ କରୁଥିବାର ନଜର ଆସୁଛନ୍ତି ସେ ।

ସେ ଟ୍ବିଟର ପୋଷ୍ଟରେ ଲେଖିଛନ୍ତି, "ସ୍ନେହର ପ୍ରଧାନମନ୍ତ୍ରୀ ଇମରାନ ଖାନ, କଣ ଆପଣ ମୁର୍ଖ ଭାରତୀୟଙ୍କୁ ବୁଝାଇପାରିବେ କି ଜଣେ ବ୍ୟକ୍ତି ଗାଡିରେ ଆରଡିଏକ୍ସ ଭରି ଆପଣଙ୍କୁ ମାରିବାକୁ ଆଗକୁ ବଢୁଛନ୍ତି, ତେବେ ସେହି ସମୟରେ କିପରି କଥାବାର୍ତ୍ତା କରି ପାରିବା? ଯଦି ଆମକୁ ଏହି କଥା ବୁଝାଇ ଦେବେ, ତେବେ ଏହା ପରେ ଆମେ ଆପଣଙ୍କୁ ଟ୍ୟୁଶନ ଫିସ୍ ଦେବୁ । "

ପ୍ରକାଶ ଥାଉକି ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନି କଳାକାରଙ୍କୁ ଭାରତରେ ବ୍ୟାନ କରାଯାଇଛି । ଏହାସହ ମ୍ୟାଡକ ଫିଲ୍ମସ ନିଜର ସବୁ ଫିଲ୍ମ ପାକିସ୍ତାନରେ ରିଲିଜ ନ କରିବାକୁ ନିଷ୍ପତ୍ତି ନେଇଛି । ଏହି କ୍ରମରେ ଫିଲ୍ମ 'ଲୁକା ଛୁପୀ', 'ଅର୍ଜୁନ ପାଟିୟାଲା', 'ମେଡ ଇନ ଚାଇନା' ରହିଅଛି । ଖାଲି ଏତିକି ନୁହେଁ ଆଜି ଭାରତରେ ରିଲିଜ ହୋଇଥିବା ମଲ୍ଟୀ ଷ୍ଟାରର ଫିଲ୍ମ 'ଟୋଟାଲ ଧମାଲ'ର ଟିମ ମଧ୍ୟ ପାକିସ୍ତାନରେ ଫିଲ୍ମ ରିଲିଜ କରିବାକୁ ମନା କରିଦେଇଥିଲେ ।

ABOUT THE AUTHOR

...view details