ଓଡିଶା

odisha

By

Published : Mar 21, 2022, 5:38 PM IST

ETV Bharat / sitara

ସ୍ବର୍ଣ୍ଣ ମନ୍ଦିରରେ RRR ଟିମ୍‌, ଫିଲ୍ମର ସଫଳତା ପାଇଁ କଲେ ପ୍ରାର୍ଥନା

ଆର୍‌ଆର୍‌ଆର୍‌ (RRR) ମାର୍ଚ୍ଚ 25ରେ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି । ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାର ସଫଳତା ପାଇଁ ପୁରା ଟିମ୍ ଅମୃତସରରେ ସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଛନ୍ତି । ରାଜାମୌଲି ଏବଂ ଅଭିନେତା ଫିଲ୍ମର ସଫଳତା ଏବଂ ଆଶୀର୍ବାଦ ପାଇଁ ଅମୃତସରର ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ସ୍ବର୍ଣ୍ଣ ମନ୍ଦିରରେ RRR ଟିମ୍‌, ଫିଲ୍ମର ସଫଳତା ପାଇଁ କଲେ ପ୍ରାର୍ଥନା
ସ୍ବର୍ଣ୍ଣ ମନ୍ଦିରରେ RRR ଟିମ୍‌, ଫିଲ୍ମର ସଫଳତା ପାଇଁ କଲେ ପ୍ରାର୍ଥନା

ଚଣ୍ଡିଗଡ: ଆର୍‌ଆର୍‌ଆର୍‌ (RRR) ମାର୍ଚ୍ଚ 25ରେ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଚଳଚ୍ଚିତ୍ରରେ ରାମ ଚରଣ, ଜୁନିଅର ଏନଟିଆର (Jr NTR) ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାର ସଫଳତା ପାଇଁ ପୁରା ଟିମ୍ ଅମୃତସରରେ ସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଛନ୍ତି । ରାଜାମୌଲି ଏବଂ ଅଭିନେତା ଫିଲ୍ମର ସଫଳତା ଏବଂ ଆଶୀର୍ବାଦ ପାଇଁ ଅମୃତସରର ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି ।

ଚଳଚ୍ଚିତ୍ରର ନିର୍ଦ୍ଦେଶକ ଏସ୍.ଏସ୍‌ ରାଜାମୌଲି, ଜୁନିଅର ଏନଟିଆର ଏବଂ ରାମ ଚରଣ ଫିଲ୍ମ ଆର୍‌ଆର୍‌ଆର୍‌ର ସଫଳତା ପାଇଁ ପ୍ରାର୍ଥନା କରିବା ପାଇଁ ଗୋଲଡେନ୍ ମନ୍ଦିରରେ ପହଞ୍ଚିଛନ୍ତି । କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେମାନେ ଗୋଲଡେନ୍ ମନ୍ଦିର ସମ୍ମୁଖରେ ଠିଆ ହୋଇଛନ୍ତି ।

ଆରଆରଆର ଟିମ୍‌ ଜୁନିଅର ଏନଟିଆର, ରାମ ଚରଣ ଏବଂ ରାଜାମୌଲି ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିବାର ଫଟୋ ସେୟାର କରିଛନ୍ତି । ଫଟୋରେ, ନିର୍ଦ୍ଦେଶକ ଏବଂ ଅଭିନେତା ଧଳା କୁର୍ତ୍ତା ପାଇଜାମାରେ ନଜର ଆସିଛନ୍ତି ଏବଂ ମନ୍ଦିର ପରିସରରେ ସେମାନଙ୍କର ରୀତିନୀତି ସମ୍ପର୍ଣ୍ଣ ହେବା ପରେ ପ୍ରଶଂସକମାନଙ୍କୁ ଅଭିବାଦନ ଜଣାଇଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋଗୁଡ଼ିକ ଭାଇରାଲ ହେବାରେ ଲାଗିଛି । ଏହାପୂର୍ବରୁ ଷ୍ଟାଚ୍ୟୁ ଅଫ୍ ୟୁନିଟି ସାମ୍ନାରେ ପୁରା କାଷ୍ଟ୍‌ ଫିଲ୍ମର ପ୍ରମୋସନ କରୁଥିବା ଦେଖାଯାଇଥିଲା। ଏହା ପ୍ରଥମ ଫିଲ୍ମ ଯାହା 'ଷ୍ଟାଚ୍ୟୁ ଅଫ୍ ୟୁନିଟି' ସାମ୍ନାରେ ପ୍ରମୋଟ୍ ହୋଇଥିଲା ।

ଚଳଚ୍ଚିତ୍ର RRR 25 ମାର୍ଚ୍ଚ 2022ରେ ପ୍ରେକ୍ଷାଳୟକୁ ଆସିବାକୁ ପ୍ରସ୍ତୁତ ରହିଛି । ଏହି ଚଳଚ୍ଚିତ୍ରର ପୁରା କାଷ୍ଟ ପ୍ରମୋସନରେ ବ୍ୟସ୍ତ ଅଛନ୍ତି । କେତେବେଳେ ପୂରା ଟିମ ଗୁଜୁରାଟ ତ ପୁଣି କେତେବେଳେ ପଞ୍ଜାବରେ ନଜର ଆସୁଛନ୍ତି । ଏହି ଚଳଚ୍ଚିତ୍ରର କାହାଣୀ 1920 ର ସମୟ ଅବଧି ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ କ୍ରାନ୍ତିକାରୀ ଅଲ୍ଲୁରୀ ଏବଂ କୋମାରାମଙ୍କ କାହାଣୀ ପ୍ରଦର୍ଶିତ ହୋଇଛି । ଏହି ଉଭୟ କ୍ରାନ୍ତିକାରୀ ବ୍ରିଟିଶ ରାଜ ଏବଂ ହାଇଦ୍ରାବାଦ ନିଜାମ ବିରୁଦ୍ଧରେ ଲଢେି ଲଢିଥିଲେ। ଟ୍ରେଲର ଏବଂ ପ୍ରୋମୋ ଦେଖି ଲୋକମାନେ ଏହି ଚଳଚ୍ଚିତ୍ର ଉପରେ ବହୁତ ଆଶା ରଖିଛନ୍ତି କି ଫିଲ୍ମଟି ସୁପର ହିଟ୍ ହୋଇପାରେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details