ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରକୁଲପ୍ରୀତ ସିଂ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ମଙ୍ଗଳବାର ରକୁଲ ନିଜେ ସୋସିଆଲ ମିଡିଆ ଜରିଆରେ ଏହି ବିଷୟରେ ସୂଚନା ଦେଇଛନ୍ତି ।
ରକୁଲ ପୋଷ୍ଟ କରି ଲେଖିଛନ୍ତି, 'ମୁ୍ଁ କୋଭିଡ -19 ସଂକ୍ରମିତ ହୋଇଛି । ମୁଁ ଏବେ ହୋମ ଆଇସୋଲେସନରେ ଅଛି ଏବଂ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗରେ ଥିବା ଲୋକ ନିଜର କୋରୋନା ଟେଷ୍ଟ କରିବାକୁ ମୁଁ ଅନୁରୋଧ କରୁଛି । ବର୍ତ୍ତମାନ ମୁଁ ବିଶ୍ରାମ ନେଉଛି, ଏଥିସହିତ ମୁଁ ଶୀଘ୍ର ସୁସ୍ଥ ହୋଇ ସୁଟିଂକୁ ଫେରିବି ।