ଓଡିଶା

odisha

ETV Bharat / sitara

ବଏଫ୍ରେଣ୍ଡଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରକୁଲ, ଲେଖିଲେ ପ୍ରେମଭରା ପୋଷ୍ଟ - ଜ୍ୟାକି ଭାଗ୍ନାନୀଙ୍କୁ ଶୁଭେଚ୍ଛା ଜଣାଇଲେ ରକୁଲ

ଅଭିନେତ୍ରୀ ରକୁଲ ପ୍ରୀତ ସିଂ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଏବେ ଚର୍ଚ୍ଚାରେ । ବଏଫ୍ରେଣ୍ଡଙ୍କ ପାଇଁ ସୋସିଆଲ ମିଡିଆରେ ଲେଖିଲେ ପ୍ରେମଭରା ପୋଷ୍ଟ । ଅଧିକ ପଢନ୍ତୁ

ବଏଫ୍ରେଣ୍ଡ ଜ୍ୟାକି ଭାଗ୍ନାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରକୁଲ ପ୍ରୀତ, ଲେଖିଲେ ପ୍ରେମଭରା ପୋଷ୍ଟ
ବଏଫ୍ରେଣ୍ଡ ଜ୍ୟାକି ଭାଗ୍ନାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରକୁଲ ପ୍ରୀତ, ଲେଖିଲେ ପ୍ରେମଭରା ପୋଷ୍ଟ

By

Published : Dec 25, 2021, 4:56 PM IST

ନୂଆଦିଲ୍ଲୀ: ଅଭିନେତ୍ରୀ ରକୁଲ ପ୍ରୀତ ସିଂ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଏବେ ଚର୍ଚ୍ଚାରେ । ବଏଫ୍ରେଣ୍ଡଙ୍କ ପାଇଁ ସୋସିଆଲ ମିଡିଆରେ ଲେଖିଲେ ପ୍ରେମଭରା ପୋଷ୍ଟ । ଶନିବାର ଦିନ ଅଭିନେତ୍ରୀଙ୍କ ପ୍ରେମିକ ଜ୍ୟାକି ଭଗ୍ନାନୀ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ରକୁଲ ପ୍ରୀତ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପ୍ରେମଭରା ନୋଟ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଅଭିନେତ୍ରୀ ପ୍ରେମଭରା ନୋଟ୍ ସହିତ ଜ୍ୟାକି ଭଗ୍ନାନୀଙ୍କ ଏକ ଫଟୋ ସେୟାର କରିଛନ୍ତି । କେବଳ ସେତିକି ନୁହେଁ ଏହି ବିଶେଷ ଦିନରେ ପୂରା ଖୁଲମଖୁଲା ପ୍ରେମ ମଧ୍ୟ ଜାହିର କରିଛନ୍ତି । ଅଭିନେତ୍ରୀ ଜନ୍ମଦିନର ଶୁଭକାମନା ଜଣାଇବା ସହିତ ଲେଖିଛନ୍ତି- 'ହାପି ବାର୍ଥ ସନସାଇନ୍ ତୁମେ ସବୁବେଳେ ଖୁସିରେ ରୁହ ଏବଂ ସମସ୍ତଙ୍କୁ ଖୁସି ବାଣ୍ଟୁଥାଅ । ତୁମ ସମସ୍ତଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି, ଯାହା ତୁମେ ଚାହୁଁଛ ।'

ଜ୍ୟାକି ଭାଗ୍ନାନୀଙ୍କ ପ୍ରେମରେ ପଡ଼ିସାରିଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରକୁଲ ପ୍ରୀତ। ୩୭ତମ ଜନ୍ମଦିନ ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଥିବାବେଳେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ଅଭିନେତ୍ରୀ ସ୍ପଷ୍ଟ କରିଛନ୍ତି।

ABOUT THE AUTHOR

...view details