ଓଡିଶା

odisha

ETV Bharat / sitara

ଡ୍ରାମା କୁଇନଙ୍କୁ ନେଇ ଉଦାସ କରନ - ରାକ୍ଷୀ ସାୱନ୍ତ ଇନଷ୍ଟାଗ୍ରାମ ପୋଷ୍ଟ

ପୁଣି ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଚର୍ଚ୍ଚାରେ ରାକ୍ଷୀ ସାୱନ୍ତ । ଆଉ ଖୁବଶୀଘ୍ର ସେ ମୁମ୍ବାଇ ଫେରିବାକୁ ଯୋଜନା କରୁଛନ୍ତି ବୋଲି ଜଣାଇଛନ୍ତି। କାରଣ ତାଙ୍କୁ ବଲିଉଡ ଷ୍ଟାର୍ସ ଖୁବ୍ ମିସ କରୁଛନ୍ତି ।

rakhi sawant
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାକ୍ଷୀ ସାୱନ୍ତ

By

Published : Jan 24, 2020, 3:15 PM IST

ମୁମ୍ବାଇ: ବି-ଟାଉନର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ଏବେ ସ୍ବାମୀଙ୍କ ସହ ବ୍ରିଟେନରେ ଅଛନ୍ତି। ହେଲେ ସେ ମୁମ୍ବାଇ ଆଉ ବଲିଉଡକୁ ଖୁବ୍ ମିସ କରୁଛନ୍ତି । ଏକଥା ଆମେ କହୁଁନାହୁଁ । ଏହି କଥାର ଖୁଲାସା ସେ ସୋସିଆଲ ମିଡିଆରେ ଏକ ଭିଡିଓ ଜରିଆରେ କରିଛନ୍ତି । ବର୍ତ୍ତମାନ ତାଙ୍କ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ରାକ୍ଷୀ ଏହି ଭିଡିଓ ବାଥଟବରେ ଗାଧୋଉଥିବା ସମୟରେ ସୁଟ କରିଛନ୍ତି ।

ଆଉ ଭିଡିଓରେ କହୁଛନ୍ତି, ‘ମୁଁ ଏବେ ୟୁକେରେ ଅଛି । ହେଲେ ଖୁବଶୀଘ୍ର ମୁମ୍ବାଇ ଫେରିବି । ମୁଁ ମା'ଙ୍କ ଅପରେଶନ ପାଇଁ ମୁମ୍ବାଇ ଯାଇଥିଲି । କାମ ଶେଷ କରି ପୁଣି ୟୁକେ ଫେରିଆସିଛି । ହେଲେ ଏଠାରେ ମୋ ମନ ଆଦୌ ଲାଗୁନାହିଁ । ଏଠାର ଲୋକ ମତେ ବହୁତ ପ୍ରେମ କରୁଛନ୍ତି । କିନ୍ତୁ ମୋ ହୃଦୟ ମୁମ୍ବାଇରେ ଅଛି । ମୋ ମା'ଙ୍କ ପାଖରେ । ବଲିଉଡ ଇଣ୍ଡଷ୍ଟ୍ରିରେ ମୋ ବନ୍ଧୁ ସଲମାନ ଖାନ, ଶାହରୁଖ ଖାନ, ରଣବୀର ସିଂ, ରଣବୀର କପୁର, ଅକ୍ଷୟ କୁମାର, ଦୀପିକା ପାଦୁକୋନ, ବିଦ୍ୟା ବାଲନ ଓ ଆଲିୟା ଭଟ୍ଟ ମତେ ବହୁତ ମିସ କରୁଛନ୍ତି । ସମସ୍ତଙ୍କ ଫୋନ ମତେ ଆସୁଛି, ଆଉ ସମସ୍ତେ ଏତେ ମିସ କରୁଛନ୍ତି ଯେମିତି ମୁଁ ବଲିଉଡରୁ କୁଆଡେ ଗାୟବ ହୋଇଯାଇଛି।’

ଖାଲି ଏତିକି ନୁହେଁ ସେ ଆହୁରି କହିଛନ୍ତି ଯେ କରନ ଜୋହର, ଫରାହ ଖାନ ତାଙ୍କୁ ନେଇ ବହୁତ ଉଦାସ ଅଛନ୍ତି ଯେ ସେ ବିବାହ ପରେ ବଲିଉଡ ଛାଡିଦେଲେ । ସେମାନେ ତାଙ୍କ ଉପରେ ଖୁବ୍ ରାଗିଛନ୍ତି ମଧ୍ୟ । ସମସ୍ତେ ଚାହୁଁଛନ୍ତି ଯେ ସେ ବଲିଉଡକୁ ଫେରନ୍ତୁ ବୋଲି । କାରଣ ସମସ୍ତ ଏଣ୍ଟରଟେନମେଣ୍ଟ ହେବାକୁ ଚାହୁଁଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ରାକ୍ଷୀଙ୍କ ଏହି ଫନ୍ନି ଭିଡିଓ....

ABOUT THE AUTHOR

...view details