ଓଡିଶା

odisha

ETV Bharat / sitara

ବ୍ରାଇଡାଲ ଲୁକରେ ଡ୍ରାମା କୁଇନ, ଚର୍ଚ୍ଚାରେ ବିବାହ

ସବୁଠାରୁ ବଡ ଖବର ଏବେ ଶୁଣିବାକୁ ମିଳୁଛି ଯେ ସେକ୍ସୀ ଆଇଟମ ଗାର୍ଲ ରାକ୍ଷୀ ସାୱନ୍ତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଯାହା ଶୁଣି ଆଶ୍ଚର୍ଯ୍ୟ ତାଙ୍କ ଫ୍ୟାନ୍ସ । ତେବେ ଆସନ୍ତୁ ଜାଣିବା ଏହି ଖବରର ବାସ୍ତବତା...

By

Published : Jul 30, 2019, 10:15 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାକ୍ଷୀ ସାୱନ୍ତ

ମୁମ୍ବାଇ: ବି-ଟାଉନର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ପରିଶେଷରେ ବିବାହ କରିନେଇଛନ୍ତି । ଖବର ଜୋର ଧରିଛି ଯେ ସେ ଜଣେ NRI ବିଜେନେସ ମ୍ୟାନଙ୍କୁ ସାତଜନ୍ମର ସାଥୀ କରିଛନ୍ତି । ଏକଥା ଆମେ କହୁନାହୁଁ, ତାଙ୍କ ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋରୁ ଜଣାପଡୁଛି । ଖ୍ରୀଷ୍ଟିଆନ ବ୍ରାଇଡ ଲୁକରେ ଫଟୋ ସେୟାର କରିଛନ୍ତି ରାକ୍ଷୀ । ଯେଉଁଥିରେ ସେ ଲାଲା ଚୁଡା ପିନ୍ଧି ହାତରେ ମେହେନ୍ଦୀ ଲଗାଇ ନଜର ଆସୁଛନ୍ତି ।

ପ୍ରକାଶ ଥାଉକି ରାକ୍ଷୀ କିଛି ମାସ ପୂର୍ବରୁ ୟୁଟ୍ୟୁବର ଦୀପକ କଲାଲଙ୍କୁ ବିବାହ କରିବାକୁ ଘୋଷଣା କରିଥିଲେ । ପରେ କିନ୍ତୁ ଏହା କେବଳ ପବ୍ଲିସିଟି ଷ୍ଟଣ୍ଟ ରୂପେ ସାମ୍ନାକୁ ଆସିଥିଲା ।

ବର୍ତ୍ତମାନ ତାଙ୍କ ୱେଡିଂ ଫଟୋ ସାମ୍ନାକୁ ଆସିବାରୁ ଅନେକ ପ୍ରକାର ଅନୁମାନ ଲଗାଇବାରେ ବ୍ୟସ୍ତ ହୋଇଯାଇଛନ୍ତି ପ୍ରଶଂସକ । କିନ୍ତୁ ଆଶ୍ଚର୍ଯ୍ୟ ହେବାର କୌଣସି କଥା ନାହିଁ ରାକ୍ଷୀ ସବୁଥର ପରି ଏଥର ମଧ୍ୟ ଚର୍ଚ୍ଚାରେ ରହିବାକୁ ଏପରି କରିଛନ୍ତି ବୋଲି ଖୁଲାସା ହୋଇଯାଇଛି । ସେ ବାସ୍ତବରେ ବିବାହ କରିନାହାଁନ୍ତି । ଯାହାର ସୂଚନା ସେ ଏକ ସାକ୍ଷାତକାରରେ ଦେଇଛନ୍ତି । ଆଉ କହିଛନ୍ତି ଏହା କେବଳ ତାଙ୍କ ନୂଆ ଫଟୋସୁଟର କିଛି ଫଟୋ ଯାହାକୁ ସେ ସୋସିଆଲ ମିଡିଆରେ ସେୟାର କିରଛନ୍ତି ।

ABOUT THE AUTHOR

...view details