ଓଡିଶା

odisha

ETV Bharat / sitara

ଟ୍ରମ୍ପଙ୍କ କମ୍ପାନୀରେ କାମ କରୁଛନ୍ତି ଡ୍ରାମା କୁଇନଙ୍କ ସ୍ବାମୀ !

ନିକଟରେ ୟୁକେ ବିଜନେସମ୍ୟାନଙ୍କୁ ବିବାହ କରିଥିବା ରାକ୍ଷୀ ସାୱନ୍ତ ସ୍ବାମୀଙ୍କୁ ନେଇ କରିଛନ୍ତି ବଡ ଖୁଲାସା । ତାଙ୍କ ସ୍ବାମୀ ଯେଉଁଠାରେ କାମ କରୁଛନ୍ତି ଶୁଣି ଉଡିଯିବ ଫ୍ୟାନ୍ସଙ୍କ ହୋସ ।

By

Published : Aug 6, 2019, 12:07 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାକ୍ଷୀ ସାୱାନ୍ତ

ମୁମ୍ବାଇ: କିଛି ଦିନ ହେବ ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କ ବିବାହ ଖବର ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ସୋସିଆଲ ମିଡିଆରେ ତାଙ୍କ ବ୍ରାଇଡଲ ଫଟୋ ଭାଇରାଲ ହେବା ପରେ ତାଙ୍କ ବିବାହ କଥା ସାମ୍ନାକୁ ଆସିଥିଲା । ରାକ୍ଷୀଙ୍କ ଲୁକ ଦେଖି ଫ୍ୟାନ୍ସ ସହଜରେ ବିଶ୍ବାସ କରିପାରୁନଥିଲେ ଯେ ରାକ୍ଷୀ ପ୍ରକୃତରେ ବିବାହ କରି ନେଇଛନ୍ତି।

ଫ୍ୟାନ୍ସଙ୍କ ଦ୍ବନ୍ଦ୍ବ ଦୂର କରି ରାକ୍ଷୀ ଦୁଇ ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସ୍ପଷ୍ଟ କରିଥିଲେ କି ବାସ୍ତବରେ ସେ ଜଣେ ୟୁକେ ବିଜନେସମ୍ୟାନ ରିତେଶଙ୍କ ସହ ବିବାହ କରିସାରିଛନ୍ତି। ଯିଏ ତାଙ୍କର ବଡ ଫ୍ୟାନ ଥିଲେ ।

ଇତିମଧ୍ୟରେ ଏକ ସାକ୍ଷାତକାରରେ ପହଞ୍ଚିଥିବା ରାକ୍ଷୀ ନିଜ ସ୍ବାମୀଙ୍କୁ ନେଇ ଅନେକ ଖୁଲାସା କରୁଥିବାର ନଜର ଆସିଛନ୍ତି । ତେବେ ସେ ନିଜ ବିବାହ ଖବର କାହିଁକି ଲୁଚାଇ ରଖିଥିଲେ ଏହି ପ୍ରଶ୍ନ ଉପରେ ଜବାବ ଦେଇ ରାକ୍ଷୀ କହିଥିଲେ କି ସେ ଡରିଯାଇଥିଲେ ତେଣୁ ନିଜ ବିବାହ ଖବର ଲୁଚାଇ ରଖିଥିଲେ ।

କାହିଁକି ସେ ଡରିଯାଇଥିଲେ ଏବଂ ବିବାହ ଖବର ତ ଖୁସି ଖବର ଯାହାକୁ ସମସ୍ତେ ଧୁମଧାମରେ ସେଲିବ୍ରେଟ କରିବା କଥା । ଏହାପରେ ରାକ୍ଷୀ କହିଥିଲେ କି ହଁ ବିବାହ ସେଲିବ୍ରେଶନ କରିବା କଥା କିନ୍ତୁ ତାଙ୍କ ସ୍ବାମୀ ମିଡିଆ ସାମ୍ନାରେ ଆସିବାକୁ ପସନ୍ଦ କରନ୍ତି ନାହିଁ । ତେଣୁ ସେ ଚାହୁଁନଥିଲେ କାହାରି ସାମ୍ନାରେ ଆସିବାକୁ । ବିବହା ତ ଦୁଇ ପରିବାର ସମ୍ମୁଖରେ ହୁଏ ଦୁନିଆ ଲୋକଙ୍କ ପାଇଁ ନୁହେଁ ।

ସବୁଠାରୁ ବଡ କଥା ହେଲା କି ରାକ୍ଷୀଙ୍କ ସ୍ବାମୀ ରିତେଶ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ କମ୍ପାନୀରେ କାମ କରୁଛନ୍ତି । ଆଉ ସେ ଚାହୁଁଛନ୍ତି ରାକ୍ଷୀ ଫିଲ୍ମରେ କାମ କରନ୍ତୁ ତେଣୁ ସେ ଏବେ ତାଙ୍କୁ ୟୁକେ ନେବେ ନାହିଁ ବୋଲି କହିଥିଲେ ରାକ୍ଷୀ ।

ABOUT THE AUTHOR

...view details