ନୂଆଦିଲ୍ଲୀ: ଦେଶରେ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ଦେବାକୁ ତେଜୁଛି ସ୍ବର । ସେହିପରି ସ୍ବାଧୀନତା ଦିବସରେ ସୁଶାନ୍ତଙ୍କ ଭଉଣୀ ଅନଲାଇନ ସୁଶାନ୍ତଙ୍କ ପ୍ରାର୍ଥନା ସଭା ଆୟୋଜନ କରିଥିଲେ । ଯେଉଁଥିରେ ଲକ୍ଷାଧିକ ଲୋକ ସାମିଲ ହୋଇଥିବାର ନଜର ଆସିଥିଲେ । ଆଉ ସୋସିଆଲ ମିଡିଆରେ ଜଷ୍ଟିସ ଫର ସୁଶାନ୍ତ ନାରା ଲଗାଇଥିଲେ । ଅନ୍ୟପଟେ ଦିଲ୍ଲୀରେ ସୁଶାନ୍ତଙ୍କ ପାଇଁ ସିବିଆଇ ଯାଞ୍ଚ ଦାବି କରି ରାଜପୁତ କରଣୀ ସେନା ପ୍ରଦର୍ଶନ କରିଥିଲେ।
ହେଲେ ଅନୁମତି ବିନା ଏହି ପ୍ରଦର୍ଶନ କରିଥିବାରୁ ଦିଲ୍ଲୀ ପୋଲିସ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁରଜ ପାଲ ଅମ୍ମୁ ସମେତ ଆଉ 4 ଜଣ ଲୋକଙ୍କୁ ଗିରଫ କରିଛି । ଶୁଣିବାକୁ ମିଳୁଛି ଯେ ଏହି ପ୍ରୋଟେଷ୍ଟ ପାଇଁ କରଣୀ ସେନାଙ୍କ ନିମନ୍ତ୍ରଣ ହ୍ବାଟ୍ସଅପ ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ୍ ସର୍କୁଲେଟ ହୋଇଥିଲା ।