ଓଡିଶା

odisha

By

Published : Apr 22, 2020, 7:24 AM IST

ETV Bharat / sitara

ବିକ୍କୀ-ରାଜକୁମାରଙ୍କ ସୋସାଇଟିରେ କୋରୋନା ପଜେଟିଭ

ଫେମସ ଅଭିନେତା ବିକ୍କୀ-ରାଜକୁମାର ରାଓଙ୍କ ବିଲ୍ଡିଂରେ କୋରୋନା ପଜେଟିଭ। ସିଲ ହେଲା ପୁରା ବିଲ୍ଡ୍ଡିଂ।

_rajkummar rao
ଡିଜାଇନ ଫଟୋ

ମୁମ୍ବାଇ: ସମଗ୍ର ଦେଶରେ କୋରୋନା ଭାଇରସର ଭୟ। ଦେଶରେ ଏଯାବତ କୋରୋନାରେ ସଂକ୍ରମିତ ହୋଇ ଅନେକ ଲୋକଙ୍କ ଜୀବନ ଚାଲିଗଲାଣି। କେବଳ ମହାରାଷ୍ଟ୍ରରେ ଏଯାବତ 4 ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଇତିମଧ୍ୟରେ ଅଭିନେତା ବିକ୍କୀ କୌଶଲ ଓ ରାଜକୁମାର ରାଓଙ୍କ ଓବରୟ ସ୍ପ୍ରିଙ୍ଗସ ବିଲ୍ଡିଂକୁ ସିଲ କରିଦିଆଯାଇଛି।

ଏହି ବିଲ୍ଡିଂରେ ଏହି ଦୁଇ ଷ୍ଟାରଙ୍କ ବ୍ୟତୀତ ରାଜକୁମାରଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଚିତ୍ରଲେଖା ଓ ଚିତ୍ରଙ୍ଗଦା ସିଂ ମଧ୍ୟ ରହୁଛନ୍ତି। ସୋସାଇଟିରେ ଜଣେ 11 ବର୍ଷ ଝିଅ ମଧ୍ୟରେ କୋରୋନା ଭାଇରସ ପଜେଟିଭ ବାହାରିଛି। ଯାହାପରେ ବିଏମସି ବିଲ୍ଡ୍ଡିଂକୁ ସିଲ କରିଦେଇଛି।

ବର୍ତ୍ତମାନ ପୁରା ସୋସାଇଟିକୁ ସାନିଟାଇଜ କରାଯାଉଛି। ଟି-ସିରିଜ ଅଫିସ ସାମ୍ନାରେ ଥିବା ଓବରୟ ସ୍ପ୍ରିଙ୍ଗସରେ ରହୁଥିବା ଜଣେ ନିର୍ମାତା ଏହାର ସୂଚନା ଦେଇଛନ୍ତି। କମ୍ପଲେକ୍ସରେ ତିନୋଟି ବ୍ଲକ ଅଛି । ଏହାର ସି ବ୍ଲକରେ ଗତ ଶନିବାର କୋଭିଡ 19 ପଜେଟି ଟେଷ୍ଟ ହେବା ପରେ ଜଣାପଡିଥିଲା ସେହି 11 ବର୍ଷ ପିଲାଙ୍କ ପଜିଟିଭ କଥା । ଯାହାପରେ ପୁରା ବିଲ୍ଡିଂକୁ କ୍ବାରେଣ୍ଟାଇନ କରି ଦିଆଯାଇଛି।

ABOUT THE AUTHOR

...view details