ମୁମ୍ବାଇ: ନ୍ୟାସନାଲ ଆୱାର୍ଡ ବିଜେତା ରାଜକୁମାର ରାଓଙ୍କ ଆଜି 35ତମ ଜନ୍ମଦିନ । ରାଜକୁମାର ସେହି ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ଯିଏ ନିଜ ପରିଶ୍ରମ ଦ୍ବାରା ବଲିଉଡରେ ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରିବାରେ ସଫଳ ହୋଇଛନ୍ତି । ତାଙ୍କ ଜନ୍ମ 1984 ଅଗଷ୍ଟ 31ରେ ଗୁରୁଗାଁଓ(ହରିୟାଣା)ରେ ହୋଇଥିଲା । ତେବେ ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା...
ସେ ଦଶମ ଶ୍ରେଣୀରେ ପଢୁଥିବା ସମୟରେ ଅଭିନୟ କରିବାର ନିଷ୍ପତ୍ତି ନେଇଥିଲେ । ପାଠ ପଢା ସହ ସେ ଥିଏଟରରେ ମଧ୍ୟ ଅଭିନୟରେ ସକ୍ରିୟ ଥିଲେ । ସେ ବଲିଉଡରେ ‘କାଈ ପୋ ଛେ’ ଜରିଆରେ ନଜର ଆସିଥିଲେ ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଜକୁମାର ରାଓ ଏହାପରେ ସେ ଫିଲ୍ମ ‘ଲଭ ସେକ୍ସ ଧୋକ୍କା’ ଏବଂ ‘ରାଗିଣି ଏମଏମଏସ’ ଭଳି ଫିଲ୍ମରେ ଅଭିନୟ କରି ବଲିଉଡକୁ ନିଜ ଅଭିନୟର ପରିଚୟ ଦେଇଥିଲେ । ତେଣୁ ଏଥିପାଇଁ ସେ ଆଜି ମଧ୍ୟ ନିର୍ମାତା ଏକତା କପୁରଙ୍କ ଋଣି । କାରଣ ତାଙ୍କୁ ପ୍ରଥମ ସୁଯୋଗ ଏକତା ଦେଇଥିଲେ ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଜକୁମାର ରାଓ ଆଜି ସେ ବଲିଉଡର ଯେଉଁ ସ୍ଥାନରେ ଅଛନ୍ତି ତାହା ପାଇଁ ସେ ବହୁତ ପରିଶ୍ରମ କରିଥିଲେ । ଏକ ସାକ୍ଷାତକାରରେ ଏହି କଥାର ଖୁଲାସା କରି ସେ କହିଥିଲେ କି," ଏମିତି ତାଙ୍କ ସହ ଅନେକ ଥର ହୋଇଥିଲା ଯେବେ ତାଙ୍କୁ ଫିଲ୍ମରେ ଗୋରା ରଙ୍ଗ ଏବଂ ମସଲ୍ସ ବଡି ନଥିବାରୁ କାଷ୍ଟ କରାଯାଇନଥିଲା । ସେ କ୍ୟାରିୟର ଆରମ୍ଭରେ ମୁମ୍ବାଇରେ 100ରୁ ଅଧିକଥର ଅଡିସନ ଦେଇଥିଲେ" ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଜକୁମାର ରାଓ ପ୍ରକାଶ ଥାଉକି ସେ ଖୁବଶୀଘ୍ର ‘ରୁହଅଫଜା’ ଫିଲ୍ମରେ ନଜର ଆସିବେ ରାଜକୁମାର ରାଓ । ଏହି ଫିଲ୍ମରେ ତାଙ୍କ ସହ ନବାଗତ ଅଭିନେତ୍ରୀ ଜାହ୍ନବୀ କପୁର ମୁଖ୍ୟ ଭୂମିକାରେ ଦେଖାଯିବେ । ଏହି ଫିଲ୍ମ ଜରିଆରେ ଜାହ୍ନବୀ ଓ ରାଜକୁମାରଙ୍କ ରୋମାନ୍ସ ପ୍ରଥମଥର ଦେଖିବାକୁ ପାଇବେ ଦର୍ଶକ ।