ଓଡିଶା

odisha

ETV Bharat / sitara

ଆଇଏଫଏଫଆଇରେ ସମ୍ମାନିତ ହେବେ ଥଲାଇଭା - ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡେକରଙ୍କ ଘୋଷଣା

ଏବର୍ଷ ଡିସେମ୍ବରରେ ଆୟୋଜିତ ହେବାକୁ ଯାଉଥିବା ଆଇଏଫଏଫଆଇ 2019କୁ ନେଇ ବଡ ଘୋଷଣା । ରଜନୀକାନ୍ତଙ୍କ ଯୋଗଦାନ ପାଇଁ ମିଳିବ ଗୋଲ୍ଡେନ ଜୁବଲୀ ଆୱାର୍ଡ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଜନୀକାନ୍ତ ଫ୍ୟାନକ୍ଲବ

By

Published : Nov 2, 2019, 8:42 PM IST

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତ ପାଖାପାଖି 4 ଦଶକରୁ ଦେଶବିଦେଶର ଦର୍ଶକଙ୍କ ହୃଦୟରେ ରାଜ କରିଆସୁଛନ୍ତି । ସାଉଥ ଫିଲ୍ମରୁ ବଲିଉଡ ପର୍ଯ୍ୟନ୍ତ ଶାନଦାର ଯାତ୍ରା କରିଥିବା ରଜାନୀକାନ୍ତ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ 1975ରେ ତାମିଲ ଫିଲ୍ମ ‘ଅପୂର୍ବ ରଗଙ୍ଗଲ’ରୁ କରିଥିଲେ । ରଜାନୀକାନ୍ତଙ୍କୁ ତାଙ୍କ ଉଲ୍ଲେଖନୀୟ ଯୋଗଦାନ ପାଇଁ 2000ରେ ପଦ୍ମଭୂଷଣ ଏବଂ 2016ର ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଫଟୋ ସୌଜନ୍ୟ: ଟ୍ବିଟର@ପ୍ରକାଶ ଜାଭେଦକର

ଏବେ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଶନିବାର ନିଜ ଟ୍ବିଟରରେ ବଡ ଘୋଷଣା କରିଛନ୍ତି । ରଜନୀକାନ୍ତଙ୍କୁ ଭାରତର ଅନ୍ତରାଷ୍ଟ୍ରୀୟ ଫିଲ୍ମ ସମାରୋହ(ଆଇଏଫଏଫଆଇ 2019)ରେ ଆଇକନ ଅଫ ଗୋଲ୍ଡନ ଜୁବଲୀ ଆୱାର୍ଡରେ ସମ୍ମାନିତ କରାଯିବ ବୋଲି ଘୋଷଣା କରିଛନ୍ତି। ଏହାସହ ସେ ଆହୁରି ଲେଖିଛନ୍ତି, ‘ଏହି ଘୋଷଣା କରି ମତେ ବହୁତ ଖୁସି ଅନୁଭବ ହେଉଛି । ତାଙ୍କ ଉତ୍କୃଷ୍ଟ ଯୋଗଦାନ ପାଇଁ ଆଇଏଫଏଫଆଇ 2019ରେ ସମ୍ମାନିତ କରାଯିବ।’

ଜାଭେଦକରଙ୍କ ଏହି ଟ୍ବିଟ ପରେ ରଜନୀକାନ୍ତ ମଧ୍ୟ ଏକ ଟ୍ବିଟ କରି ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରକାଶ ଥାଉକି ଆଇଏଫଏଫଆଇର ଆୟୋଜନ ଏବର୍ଷ ଶେଷଆଡକୁ ଗୋଆରେ କରାଯିବ।

ABOUT THE AUTHOR

...view details