ମୁମ୍ବାଇ: 'ଡନ୍', 'ଡନ୍- 2', 'ରେସ୍- 2', 'ଖିଲାଡି 786', 'ମଞ୍ଜୁନାଥ', 'ଟ୍ରାଫିକ୍' ଭଳି ସମସ୍ତ ଚଳଚ୍ଚିତ୍ରରେ କାମ କରିଥିବା ଅଭିନେତା ରାଜେଶ ଖଟ୍ଟର ଏବେ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । କୋରୋନା ସଂକ୍ରମିତ ହେବା ପରେ ରାଜେଶ ଗାଜିଆବାଦର କୌଶାମବିସ୍ଥିତ ୟଶୋଦା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ହସ୍ପିଟାଲ ଟିମ ଏକ ବୟାନରେ କହିଛନ୍ତି ଯେ, ଉଚ୍ଚ ରକ୍ତଚାପର ଶିକାର ହୋଇଥିବା ରାଜେଶଙ୍କ କୋଭିଡ ପଜିଟିଭ, ଜ୍ବର, ନିଶ୍ବାସ ପ୍ରଶ୍ବାସରେ ଯନ୍ତ୍ରଣା ହେତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଅଛନ୍ତି ।