ଓଡିଶା

odisha

ETV Bharat / sitara

Rajesh Khanna Birth Anniversary: ସୁପରଷ୍ଟାରଙ୍କୁ ରକ୍ତରେ ଚିଠି ଲେଖୁଥିଲେ ଯୁବତୀ - ରାଜେଶ ଖାନ୍ନାଙ୍କ ଜନ୍ମ ବାର୍ଷିକୀ

ବଲିଉଡର ପ୍ରଥମ ‘ସୁପରଷ୍ଟାର' ଯାହାଙ୍କ ଅଭିନୟ ଏବଂ ଷ୍ଟାଇଲ୍‌ ସମସ୍ତଙ୍କ ଠାରୁ ଥିଲା ଭିନ୍ନ । ଅନେକ ସୁପର୍‌ହିଟ୍‌ ଫିଲ୍ମ ସେ ବଲିଉଡ୍‌କୁ ଉପହାର ଦେଇଥିଲେ। ତାଙ୍କର ଜୀବନ୍ତ ଅଭିନୟ ଆଜି ବି ସମସ୍ତଙ୍କ ହୃଦୟରେ ତାଜା ହୋଇ ରହିଛି । ସେହି ମହାନ ତାରକା ରାଜେଶ ଖାନ୍ନାଙ୍କର ଆଜି ହେଉଛି ୭୯ତମ ଜନ୍ମ ବାର୍ଷିକୀ । ଅଧିକ ପଢନ୍ତୁ

କାକାଙ୍କୁ ରକ୍ତରେ ଚିଠି ଲେଖୁଥିଲେ ଯୁବତୀ
କାକାଙ୍କୁ ରକ୍ତରେ ଚିଠି ଲେଖୁଥିଲେ ଯୁବତୀ

By

Published : Dec 29, 2021, 5:14 PM IST

ମୁମ୍ବାଇ:ବଲିଉଡର ପ୍ରଥମ ‘ସୁପରଷ୍ଟାର' ଯାହାଙ୍କ ଅଭିନୟ ଏବଂ ଷ୍ଟାଇଲ୍‌ ସମସ୍ତଙ୍କଠାରୁ ଥିଲା ଭିନ୍ନ । ଅନେକ ସୁପର୍‌ହିଟ୍‌ ଫିଲ୍ମ ସେ ବଲିଉଡ୍‌କୁ ଉପହାର ଦେଇଥିଲେ। ତାଙ୍କର ଜୀବନ୍ତ ଅଭିନୟ ଆଜି ବି ସମସ୍ତଙ୍କ ହୃଦୟରେ ତାଜା ହୋଇ ରହିଛି । ସେହି ମହାନ ତାରକା ରାଜେଶ ଖାନ୍ନାଙ୍କର ଆଜି ହେଉଛି ୭୯ତମ ଜନ୍ମ ବାର୍ଷିକୀ। ଦେଶର ଆଇକନିକ୍ ତାରକା ଭାବରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ରାଜେଶ ଖାନ୍ନା ଓରଫ୍‌ କାକା ପ୍ରଥମ ସୁପର୍‌ଷ୍ଟାର୍ ଭାବରେ ଦୁନିଆକୁ ମନୋରଞ୍ଜନ କରିଥିଲେ ।

୨୦୧୨ ମସିହା ଜୁଲାଇ ୧୮ ତାରିଖରେ ରାଜେଶ ଖାନ୍ନା ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ବିଶ୍ବାସ କରାଯାଏ ଯେ, ରାଜେଶ ଖାନ୍ନା ତାଙ୍କ ଜୀବନର ଶେଷ କିଛି ବର୍ଷକୁ ଏକାକୀ ବିତାଇଥିଲେ ଏବଂ ତାଙ୍କ ଜୀବନୀ ‘ଡାର୍କ ଷ୍ଟାର’ରେ ରାଜେଶ ଖାନ୍ନାଙ୍କ ଏକାପଣ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା। ରାଜେଶ୍‌ ଖାନା ବଲିଉଡ୍‌କୁ ଲଗାତାର ୧୭ଟି ବଡ ବ୍ଲକ୍‌ବଷ୍ଟର ଫିଲ୍ମ ଦେଇଛନ୍ତି। ବିଶେଷ କରି ମହିଳାମାନଙ୍କ ମଧ୍ୟରେ ତାଙ୍କର ବହୁତ ବଡ ପ୍ରଶଂସକ ଥିଲେ। ଦର୍ଶକ ଏବଂ ପ୍ରଶଂସକଙ୍କ ଠାରୁ ରାଜେଶ ଖାନ୍ନା ଯେଉଁ ପ୍ରେମ ପାଇଥିଲେ ତାହା ସମ୍ପୂର୍ଣ୍ଣ ଭିନ୍ନ ଥିଲା। ତାଙ୍କୁ ନେଇ ଦର୍ଶକଙ୍କ ମହଲରେ ଏମିତି ପାଗଳାମୀ ଥିଲା ଯେ ମହିଳା ପ୍ରଶଂସକମାନେ ତାଙ୍କୁ ରକ୍ତରେ ଚିଠି ଲେଖୁଥିଲେ, ତାଙ୍କର ଫଟୋକୁ ମଧ୍ୟ ବିବାହ କରିନେଉଥିଲେ। ୧୯୭୩ ମାର୍ଚ୍ଚରେ ସେ ଯେତେବେଳେ ଡିମ୍ପଲ୍ କାପାଡିଆଙ୍କୁ ବିବାହ କରିଥିଲେ ଲକ୍ଷ ଲକ୍ଷ ହୃଦୟ ଭାଙ୍ଗି ଦେଇଥିଲେ ।

ବର୍ତ୍ତମାନ ଏହି ମହାନ ତାରକାଙ୍କୁ ନେଇ ବଲିଉଡ୍‌ରେ ଏକ ବାୟୋପିକ୍ ହେବାକୁ ଯାଉଛି । ଗତକାଲି ପ୍ରଯୋଜକ ନିଖିଲ ଦ୍ବିବେଦୀ ରାଜେଶ ଖାନ୍ନାଙ୍କ ଉପରେ ଏକ ବାଓପିକ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ଫାରହା ଖାନ । ଏହି ଫିଲ୍ମଟି ଗୌତମ ଚିନ୍ତାମଣିଙ୍କ ପୁସ୍ତକ ଡାର୍କ ଷ୍ଟାର ଉପରେ ଆଧାରିତ ହେବ ବୋଲି ଜଣାପଡ଼ିଛି ।

ରାଜେଶ ଖାନ୍ନାଙ୍କ ଜନ୍ମ ବାର୍ଷିକୀ ଅବସରରେ ତାଙ୍କ ଝିଅ ଟ୍ବିଙ୍କଲ ଖାନ୍ନା ତାଙ୍କ ସହ ବିତାଇଥିବା ପିଲାଦିନର ସମୟକୁ ମନେ ପକାଇ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି | ଟ୍ବିଙ୍କଲ ଖାନ୍ନା ପିତା ରାଜେଶ ଖାନ୍ନାଙ୍କ ସହିତ ତାଙ୍କର ପିଲାଦିନର ଫଟୋ ସେୟାର କରିଛନ୍ତି | ଏହି ଫଟୋରେ ଟ୍ବିଙ୍କଲ ତାଙ୍କ ପିତା ରାଜେଶ ଖାନ୍ନାଙ୍କ ଗାଲକୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଟ୍ବିଙ୍କଲ ଏବଂ ରାଜେଶ ଖାନ୍ନାଙ୍କ ଜନ୍ମଦିନ ଗୋଟିଏ ଦିନରେ | ଟ୍ବିଙ୍କଲର ଏହି ପୋଷ୍ଟରେ ପ୍ରଶଂସକମାନେ ମଧ୍ୟ ସେମାନଙ୍କର ମତାମତ ଦେଉଛନ୍ତି | ଟ୍ବିଙ୍କଲ ଖାନ୍ନା ପିତା ରାଜେଶ ଖାନ୍ନାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଛୋଟ ଟ୍ବିଙ୍କଲ ତାଙ୍କ ପିତାଙ୍କ କୋଳରେ ବସି ତାଙ୍କୁ ଚୁମ୍ବନ ଦେଉଛନ୍ତି। ଏହି ଫଟୋ ସେୟାର କରି ଟ୍ବିଙ୍କଲ ଲେଖିଛନ୍ତି, ସେ (ରାଜେଶ ଖାନ୍ନା) ସବୁବେଳେ କହୁଥିଲେ ଯେ, ମୁଁ ତାଙ୍କ ପାଇଁ ସର୍ବଶ୍ରେଷ୍ଠ ଉପହାର, ଯେହେତୁ ମୁଁ ତାଙ୍କ ଜନ୍ମଦିନରେ ଏହି ଦୁନିଆକୁ ପ୍ରଥମ କରି ଆସିଥିଲି|

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details