ମୁମ୍ବାଇ: ସବୁବେଳେ ନିଜର ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ରାଜସ୍ଥାନ କୋର୍ଟରୁ ଜାମିନ ମିଳିଛି। ବୁନ୍ଦି ଜିଲ୍ଲା କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ପାୟଲ ରୋହତଗୀଙ୍କୁ ରାଜସ୍ଥାନର ବୁନ୍ଦି ପୋଲିସ ଅହମ୍ମଦାବାଦରୁ ଗିରଫ କରିଥିଲା।
ପାୟଲ ରୋହତଗୀଙ୍କୁ ମିଳିଲା ଜାମିନ - ଅଭିନେତ୍ରୀ ପାୟଲ ରୋହତଗୀ ବିବାଦୀୟ ଭିଡିଓ
ନେହରୁ ପରିବାର ବିରୋଧରେ ଟିପ୍ପଣୀ ଦେଇ ହଟହଟା ହୋଇଥିବା ପାୟଲ ରୋହତଗୀଙ୍କୁ ମିଳିଲା ଆଶ୍ବସ୍ତି । ଗତ 15 ତାରିଖରେ ଗିରଫ ହୋଇଥିବା ପାୟଲଙ୍କୁ ବର୍ତ୍ତମାନ ଜାମିନ ମିଳିଛି।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପାୟଲ ରୋହତଗୀ
ଗତ ସେପ୍ଟେମ୍ବର 11 ତାରିଖରେ ପାୟଲ ରୋହତଗୀ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ସ୍ବାଧୀନତା ସଂଗ୍ରାମୀ ମୋତିଲାଲ ନେହେରୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ।
ଏହାକୁ ଆଧାର କରି ତାଙ୍କ ବିରୋଧରେ ସମାଜସେବୀ ଏବଂ ଯୁବ କଂଗ୍ରେସ ନେତା ଚର୍ମେଶ ଶର୍ମା ଅଭିଯୋଗ କରିଥିଲେ। ପାୟଲଙ୍କ ଗିରଫଦାରୀ ଖବର ନିଆଁ ପରି ବ୍ୟାପୀ ଯାଇଥିଲା। କାରଣ ସେ ନିଜେ ଟ୍ବିଟ କରି ନିଜ ପ୍ରଶଂସକଙ୍କୁ ଗିରଫ ହେବା ସମ୍ପର୍କରେ ଜଣାଇଥିଲେ। ଗତ 15 ତାରିଖରେ ପାୟଲଙ୍କୁ ଗିରଫ କରାଯାଇଥିଲା।