ଓଡିଶା

odisha

ETV Bharat / sitara

ସତ ହେଲା ରାଜମୌଲୀଙ୍କ ଭବିଷ୍ୟବାଣୀ, ବିବାହ କରିବେ ରାଣା - ଅଭିନେତା ପ୍ରଭାସଙ୍କ ବିବାହ ଚର୍ଚ୍ଚା

ସାଉଥ ଲୋକପ୍ରିୟ ଅଭିନେତା ରାଣା ଦଗ୍ଗୁବତୀଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର। ତାଙ୍କ ଘରେ ଖୁବଶୀଘ୍ର ବାଜିବ ସାହାନାଇ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : May 17, 2020, 7:59 PM IST

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିର ଫେମସ ଅଭିନେତା ରଣା ଦଗ୍ଗୁବତୀ ନିକଟରେ ସୋସିଆଲ ମିଡିଆରେ ଘୋଷଣା କରି ଆଶ୍ଚର୍ଯ୍ୟ କରି ଦେଇଥିଲେ ଯେ ତାଙ୍କୁ ପ୍ରେମ ହୋଇଯାଇଛି। ଖାଲି ଏତିକି ନୁହେଁ ସେ ନିଜ ଗାର୍ଲଫ୍ରେଣ୍ଡ ମିହୀକା ବଜାଜଙ୍କ ସହ ଏକ ଫଟୋ ସେୟାର ମଧ୍ୟ କରିଥିଲେ। ଆଉ ଜଣାଇଥିଲେ ଯେ ତାଙ୍କ ବିବାହ ପ୍ରସ୍ତାବରେ ରାଜି ହୋଇଛନ୍ତି ମିହୀକା। ସେହି ସମୟରୁ ବିବାହକୁ ନେଇ ଚର୍ଚ୍ଚାରେ ରାଣା । ଇତିମଧ୍ୟରେ ଅଭିନେତାଙ୍କ ପିତା ଘୋଷଣା କରିଛନ୍ତି ଯେ ଦୁଇଜଣଙ୍କ ବିବାହ ଏବର୍ଷ ଡିସେମ୍ବର ପୂର୍ବରୁ କରିଦେବେ। ଏହାକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ଖୁସି ନକହିଲେ ସରେ।

ହେଲେ ଏବେ ଏହି କଥା ଜାଣି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହେବ ଯେ ‘ବାହୁବଳୀ’ ନିର୍ଦ୍ଦେଶକ ଏସଏସ ରାଜାମୌଲୀ ଏମିତି ଏକ ଭବିଷ୍ୟବାଣୀ କରିଥିଲେ। ଯାହା ସତ ହେବାକୁ ଯାଉଛି । ସେ କହିଥିଲେ ଅଭିନେତା ପ୍ରଭାସଙ୍କ ପୂର୍ବରୁ ରାଣା ବିବାହ ବନ୍ଧନରେ ଆବଦ୍ଧ ହେବେ।

ଆଜ୍ଞା ହଁ, ରାଜାମୌଲୀ ଏହି ଘୋଷଣା ନିର୍ମାତା କରନ ଜୋହରଙ୍କ ଟକ ଶୋ ‘କଫି ୱିଥ କରନ’ ସିଜନ 6ରେ କରିଥିଲେ। ‘ବାହୁବଳୀ’ର ବମ୍ପର ସକ୍ସେସ ପରେ ପ୍ରଥମଥରେ ଏହି ତିନି ଜଣ କରନଙ୍କ ଶୋରେ ସାମିଲ ହୋଇଥିଲେ।

ABOUT THE AUTHOR

...view details