ଓଡିଶା

odisha

ETV Bharat / sitara

ଆଇସିୟୁରୁ ​​ବାହାରିଲେ ରାହୁଲ ରଏ - ଆଇସିୟୁରୁ ​​ବାହାରିଲେ ରାହୁଲ ରଏ

ଆଇସିୟୁରୁ ​​ବାହାରିଲେ ଅଭିନେତା ରାହୁଲ ରଏ । ଏବେ ସେ ସୁସ୍ଥ ହେଉଛନ୍ତି । ଅଧିକ ପଢନ୍ତୁ...

rahul-roy-suffers-brain-stroke-come-out-from-icu
ଆଇସିୟୁରୁ ​​ବାହାରିଲେ ରାହୁଲ ରଏ

By

Published : Dec 2, 2020, 4:09 PM IST

ନୂଆଦିଲ୍ଲୀ: ଆଶିକୀ ଫେମ ଅଭିନେତା ରାହୁଲ ରଏଙ୍କ ସ୍ବାସ୍ଥ୍ୟବସ୍ଥା ସୁଧୁରିବାରେ ଲାଗିଛି । ମଙ୍ଗଳବାର ଅପେକ୍ଷା ବୁଧବାର ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବହୁତ ଭଲ ଅଛି ଏବଂ ତାଙ୍କୁ ଆଇସିୟୁରୁ ​​ବାହାର କରାଯାଇଛି ।

ବର୍ତ୍ତମାନ ଅଭିନେତାଙ୍କ ଅବସ୍ଥା ସ୍ଥିର ବୋଲି କୁହାଯାଉଛି । ସେ ସୁସ୍ଥ ହେଉଛନ୍ତି ।

ରିପୋର୍ଟ ଅନୁଯାୟୀ, ଡାକ୍ତରମାନେ ଏବେ ରାହୁଲଙ୍କ ସ୍ପିଚ୍ ଏବଂ ଫିଜିକଲ ଥେରାପି ଉପରେ କାମ ଆରମ୍ଭ କରିଛନ୍ତି ।

ରାହୁଲଙ୍କ ଭଉଣୀ ରୋମିର କହିଛନ୍ତି ଯେ, ରାହୁଲ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ଗତକାଲି ଆଇସିୟୁରୁ ​​ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ, ଫିଲ୍ମ 'କାରର୍ଗିଲ' ର ସୁଟିଂ ସମୟରେ ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିଲା । ଏହା ପରେ ତାଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଏହି ଚଳଚ୍ଚିତ୍ରରେ ବିଗ୍ ବସ୍ ଫେମ ନିଶାନ୍ତ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି, ଯିଏକି ରାହୁଲଙ୍କ ସ୍ବାସ୍ଥ୍ୟ ବିଷୟରେ କହିଛନ୍ତି ଯେ, "ମଙ୍ଗଳବାର ଦିନ ଏହା ଘଟିଛି । ସୋମବାର ରାତିରେ ଆମେ ସମସ୍ତେ ଶୋଇବାକୁ ଯିବାବେଳେ ସେ ଭଲ ଥିଲେ" ।

ପ୍ରକାଶ ଥାଉ ଯେ,1990 ରେ ମୁକ୍ତିଲାଭ କରିଥିବା ଫିଲ୍ମ ଆଶିକୀ ସହିତ ରାହୁଲ ବଲିଉଡରେ ଡେବ୍ୟୁ କରିଥିଲେ । ଯାହାପରେ ସେ 'ବିଗ୍ ବସ୍' ର ପ୍ରଥମ ସିଜିନରେ ଅଂଶଗ୍ରହଣ କରିଥିଲେ ଏବଂ ଏଥିରେ ବିଜେତା ମଧ୍ୟ ହୋଇଥିଲେ ।

ABOUT THE AUTHOR

...view details