ଓଡିଶା

odisha

ETV Bharat / sitara

କଦଳୀର ଦାମ ଶୁଣି ଉଡିଲା ରାହୁଲଙ୍କ ହୋଶ - ଅଭିନେତା ରାହୁଲ ବୋଷ

ସୋସିଆଲ ମିଡିଆରେ ଅଭିନେତା ରାହୁଲ ବୋଷ ଏକ ଫାଇଭ ଷ୍ଟାର ହୋଟେଲର ଭିଡିଓ ସେୟାର କରି ଚର୍ଚ୍ଚାରେ । ଯେଉଁଥିରେ ସେ ଫ୍ୟାନ୍ସଙ୍କୁ ଦୁଇଟି କଦଳୀର ବିଲ ଦେଖାଉଥିବାର ନଜର ଆସୁଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାହୁଲ ବୋଷ

By

Published : Jul 24, 2019, 3:25 PM IST

ମୁମ୍ବାଇ: ପ୍ରାୟତଃ ଆମେ ଲଗଜରି ହୋଟେଲର ମୋଟା ମୋଟା ବିଲ ବିଷୟରେ ତ ବହୁତ ଶୁଣିଛେ । କିନ୍ତୁ ବଲିଉଡ ଆକ୍ଟର ରାହୁଲ ବୋଷଙ୍କ ସହ ଯାହା ହୋଇଛି ତାହା ଶୁଣି ଫ୍ୟାନ୍ସ ମଧ୍ୟ ଆଶ୍ଚର୍ଯ୍ୟ । ତାଙ୍କୁ ଫାଇଭ ଷ୍ଟାର ହୋଟେଲରେ ଦୁଇଟି କଦଳୀ ଖାଇବା ପଡିଛି ମହଙ୍ଗା ।

କଥାଟି ହେଲା କି ସାଧାରଣତଃ ମାର୍କେଟରେ ଦୁଇଟି କଦଳୀର ଦାମ ଅଧିକରୁ ଅଧିକା 20 ଟଙ୍କା । ତେବେ ଆପଣ ଭାବୁଥିବେ ଏଠାରେ କଦଳୀ ଦାମ ବିଷୟରେ କଣ ପାଇଁ କୁହାଯାଉଛି । ତେବେ ଆସନ୍ତୁ ଜାଣିବା ଏହି କାହାଣୀ ବିଷୟରେ...

ରାହୁଲ ରହୁଥିବା ହୋଟେଲରେ ଖାଇବା ପାଇଁ ଦୁଇଟି କଦଳୀ ମଗାଇଥିଲେ । କିନ୍ତୁ ବିଲ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଯାହାର ଗୋଟିଏ ଭିଡିଓ ତିଆରି କରି ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ କଦଳୀ ବିଲ ବିଷୟରେ ଜଣାଇଛନ୍ତି । ସେ ମଗାଇଥିବା ଦୁଇଟି କଦଳୀର ମୂଲ୍ୟ ସେଠାରେ ମାତ୍ର 442 ଟଙ୍କା ଥିଲା । ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ନାଁ । କିନ୍ତୁ ବାସ୍ତବରେ ଏହା ରାହୁଲଙ୍କ ସହ ଘଟିଛି ।

ଆଉ ସେ ଟ୍ବିଟର ଏବଂ ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ କଦଳୀ ବିଲ ଦେଖାଇବା ସହ କ୍ୟାପସନରେ ଲେଖିଛନ୍ତି, "କିଏ କହୁଛି ଫଳ ଆପଣଙ୍କ ଜୀବନ ପାଇଁ କ୍ଷତିକାରକ ନୁହେଁ ? ତେବେ JW Mariott chandigarh ହୋଟେଲକୁ ପଚାର ।"

ସେ ହୋଟେଲର ଜିମରେ ୱାର୍କଆଉଟ କରୁଥିଲେ । ପରେ ସେ ଖାଇବା ପାଇଁ ଦୁଇଟି କଦଳୀ ଅର୍ଡର କରିଥିଲେ । ଆଉ ବିଲ ଦେଖି ତାଙ୍କ ହୋସ ଉଡିଯାଇଥିଲା ବୋଲି ଭିଡିଓରେ ଜଣାଇଛନ୍ତି ରାହୁଲ । ବର୍ତ୍ତମାନ ରାହୁଲଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏବେ ସୋସିଆଲ ମିଡିଆରେ ଫାଇଭ ଷ୍ଟାର ହୋଟେଲର ମନଇଚ୍ଛା ବିଲ ଉପରେ ପ୍ରଶ୍ନ ଉଠାଇବାରେ ଲାଗି ପଡିଛନ୍ତି ୟୁଜର୍ସ ।

ଜଣେ ୟୁଜର ଲେଖିଛନ୍ତି, "ମୋତେ ଜଣାନଥିଲା କି ସେଲିବ୍ରିଟି ଟ୍ୟାଗ ଏହି ଦାମ ସହ ଆସୁଛି ।" ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, "ଯଦି ଆପଣ ବନାନା ସେକ ମାଗିଥାଆନ୍ତେ ତେବେ ତାହାର ମୂଲ୍ୟ ଆଗାମୀ ଆଈଫୋନ ଦାମ ସହ ସମାନ ହୋଇଥାଆନ୍ତା । ୟୁଜର୍ସଙ୍କ ପରି ସେଲିବ୍ରିଟି ମଧ୍ୟ ରାହୁଲଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି ।

ABOUT THE AUTHOR

...view details