ଓଡିଶା

odisha

ETV Bharat / sitara

ଭାଲେଣ୍ଟାଇନ ଡେ’ରେ ଆସିବ ‘ରାଧେଶ୍ୟାମ’ର ଟିଜର୍ - radhe-shyam-teaser-to-release-on-valentines

ବହୁଚର୍ଚ୍ଚିତ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ରାଧେଶ୍ୟାମ’କୁ ନେଇ ଏକ୍ସାଇଡେଟ ଥିବା ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ । ଭାଲେଣ୍ଟାଇନ୍ସ ଡେ’ରେ ଫିଲ୍ମର ଟିଜର ମୁକ୍ତିଲାଭ କରିବ । ଅଧିକ ପଢନ୍ତୁ...

radhe-shyam-teaser-to-release-on-valentines-valentines-day
ଭାଲେଣ୍ଟାଇନ ଡେ’ ରେ ରିଲିଜ୍ ହେବ ଫିଲ୍ମ ‘ରାଧେଶ୍ୟାମ’ର ଟିଜର୍

By

Published : Feb 12, 2021, 7:25 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ରାଧେଶ୍ୟାମ’କୁ ନେଇ ଏକ୍ସାଇଡେଟ ଥିବା ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ । ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ସହ ପୂଜା ହେଗଡେ ଅଭିନୟ କରିଛନ୍ତି ।

ପ୍ରଭାସ ଏହି ଫିଲ୍ମ ବିଷୟରେ ଅପଡେଟ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭାଲେଣ୍ଟାଇନ୍ସ ଡେ’ ସକାଳ 9:18 ରେ ଫିଲ୍ମର ଟିଜର ମୁକ୍ତିଲାଭ କରିବ ।

ଫିଲ୍ମ 'ରାଧା ଶ୍ୟାମ'କୁ ରାଧା କୃଷ୍ଣ କୁମାର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଏହି ଚଳଚ୍ଚିତ୍ରଟି ଉଭୟ ତେଲୁଗୁ ଏବଂ ହିନ୍ଦୀ ଭାଷାରେ ଏକକାଳୀନ ସୁଟିଂ କରାଯାଉଛି ।

ପ୍ରଶଂସକମାନେ ଉତ୍ସାହର ସହିତ ଚଳଚ୍ଚିତ୍ର ରିଲିଜ ଘୋଷଣା ତାରିଖକୁ ଅପେକ୍ଷା କରିଛନ୍ତି । ଫ୍ୟାନ୍ସ ଫେବୃଆରୀ 14 ରେ ସକାଳ 9.18 ମିନିଟରେ ଫିଲ୍ମର ଝଲକ ଦେଖିବାକୁ ପାଇବେ ।

ପ୍ରକାଶ ଥାଉ କି, ପ୍ରଭାସ ନୂଆ ବର୍ଷରେ ତାଙ୍କ ପ୍ରଶଂସକଙ୍କ ପାଇଁ ଫିଲ୍ମର ଏକ ନୂଆ ପୋଷ୍ଟର ସେୟାର କରିଥିଲେ । ଏହି ଫିଲ୍ମରେ ଅଭିନେତ୍ରୀ ଭାଗ୍ୟଶ୍ରୀ ଏବଂ କୁନାଲ ରୟ କପୁର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ହାଇଦ୍ରାବାଦ, ଇଟାଲୀ ଏବଂ ଜର୍ଜିଆରେ ସୁଟିଂ କରାଯାଇଛି।

For All Latest Updates

ABOUT THE AUTHOR

...view details