ଓଡିଶା

odisha

ETV Bharat / sitara

Radhe Shyam: ରଶି ଲଗାଇ ଆତ୍ମହତ୍ୟା କଲେ ସୁପରଷ୍ଟାର ପ୍ରଭାସଙ୍କ 24ବର୍ଷୀୟ ଫ୍ୟାନ୍‌

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ 'ରାଧେ-ଶ୍ୟାମ' ପ୍ରେକ୍ଷାଳୟରେ ଲାଗିଛି । ଏହି ଚଳଚ୍ଚିତ୍ରରେ ଲୋକ ଏବଂ ସମାଲୋଚକଙ୍କ ମିଶ୍ରିତ ପ୍ରତିକ୍ରିୟା ଆସୁଛି । ଫିଲ୍ମରେ ଆସୁଥିବା ନେଗେଟିଭ ରିଭ୍ୟୁ ଯୋଗୁଁ ପ୍ରଭାସଙ୍କ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଛନ୍ତି । ଅଧିକ ପଢନ୍ତୁ

By

Published : Mar 15, 2022, 6:36 PM IST

ରଶି ଲଗାଇ ଆତ୍ମହତ୍ୟା କଲେ ସୁପରଷ୍ଟାର ପ୍ରଭାସଙ୍କ ଫ୍ୟାନ୍‌
ରଶି ଲଗାଇ ଆତ୍ମହତ୍ୟା କଲେ ସୁପରଷ୍ଟାର ପ୍ରଭାସଙ୍କ ଫ୍ୟାନ୍‌

ହାଇଦ୍ରାବାଦ:ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ 'ରାଧେ-ଶ୍ୟାମ' ପ୍ରେକ୍ଷାଳୟରେ ଲାଗିଛି । ଏହି ଚଳଚ୍ଚିତ୍ରଟି 11 ମାର୍ଚ୍ଚରେ ରିଲିଜ ହୋଇଛି । ପ୍ରଶଂସକମାନେ ପ୍ରଭାସଙ୍କ ଫିଲ୍ମ 'ରାଧେ ଶ୍ୟାମ'କୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ପାନ ଇଣ୍ଡିଆ ଚଳଚ୍ଚିତ୍ର ସାରା ବିଶ୍ୱରେ ସିନେମାରେ ମୁକ୍ତିଲାଭ କରିଛି । କହିବାକୁ ଗଲେ, ଏହି ଚଳଚ୍ଚିତ୍ରରେ ଲୋକ ଏବଂ ସମାଲୋଚକଙ୍କ ମିଶ୍ରିତ ପ୍ରତିକ୍ରିୟା ଆସୁଛି । ତେବେ ଏହା ଭିତରେ ଆଉ ଏକ ଦୁଃଖଦ ଖବର ମଧ୍ୟ ସାମ୍ନାକୁ ଆସିଛି । ଫିଲ୍ମରେ ଆସୁଥିବା ନେଗେଟିଭ ରିଭ୍ୟୁ ଯୋଗୁଁ ପ୍ରଭାସଙ୍କ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶର କର୍ନୁଲ ଜିଲ୍ଲାର ତିଲକ ନାଗରର ରବି ତେଜା (24) ନାମକ ଏହି ଯୁବ ପ୍ରଶଂସକ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରଭାସଙ୍କ ଏହି ପ୍ରଶଂସକ ଫାଶୀ ଦେବା ପୂର୍ବରୁ ଫିଲ୍ମର ସମୀକ୍ଷା ବିଷୟରେ ତାଙ୍କ ମାଆଙ୍କୁ କହିଥିଲେ। ଏଥି ସହ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଶ୍ରିତ ପ୍ରତିକ୍ରିୟା ସତ୍ତ୍ୱେ 'ରାଧେ-ଶ୍ୟାମ' ବାକ୍ସ ଅଫିସରେ କମାଲ କରୁଛି । ପ୍ରଭାସଙ୍କ ପ୍ରଶଂସକମାନେ ବହୁତ ଉତ୍ସାହର ସହିତ ଫିଲ୍ମ ଦେଖୁଛନ୍ତି । ଏହି ସମୟରେ, କିଛି ପ୍ରଶଂସକ ପ୍ରଭାସଙ୍କ ପରଫମାନ୍ସ ଉପରେ ରାଗିଛନ୍ତି ।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଧା କୃଷ୍ଣ କୁମାର। ଅଭିନେତ୍ରୀ ଭାଗ୍ୟଶ୍ରୀ, ସତ୍ୟରାଜ, କୃଷ୍ଣ ରାଜୁ, ଜଗପତି ବାବୁ, ସଚିନ ଖେଡେକର, ପ୍ରିୟଦର୍ଶୀ, ମୁର୍ଲି ଶର୍ମା ଏବଂ କୁନାଲ ରୟ କାପୁରଙ୍କ ଭଳି ଅଭିନେତାମାନେ ରୋମାଣ୍ଟିକ ଡ୍ରାମା ଚଳଚ୍ଚିତ୍ର 'ରାଧେ-ଶ୍ୟାମ'ରେ ପ୍ରମୁଖ ଭୂମିକା ନଜର ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details