ହାଇଦ୍ରାବାଦ: ସଲମାନ ନିଜ କଥା ରଖିଛନ୍ତି । ନିଜ ପରମ୍ପରାକୁ ଭାଙ୍ଗିବାକୁ ଦେଇନାହାଁନ୍ତି ଭାଇଜାନ । ଇଦରେ ଆଉ ଏକ ଉପହାର ନେଇ ଆସୁଛନ୍ତି ଭାଇଜାନ । 2020 ଇଦରେ ରିଲିଜ ହେବ ଫିଲ୍ମ ‘ରାଧେ’ । ସଲମାନଙ୍କ ପପୁଲାର ଚରିତ୍ର ରାଧେକୁ ପୁଣି ପରଦା ଉପରେ ଦେଖିବାକୁ ମିଳିବ ।
କଥା ରଖିଲେ ଭାଇଜାନ, ଇଦରେ ‘ରାଧେ’ ଭେଟି - ରାଧେ ଭୂମିକାରେ ପୁଣି ଭାଇଜାନ
‘ରାଧେ’ ଭୂମିକାରେ ପୁଣି ଭାଇଜାନ । ଇଦରେ ନେଇ ଆସିବେ ରାଧେ ଭେଟି । ମୋସନ୍ ପୋଷ୍ଟର ରିଲିଜ ।
ଫଟୋ ସୌଜନ୍ୟ: ଟ୍ବିଟର
ଦବଙ୍ଗ-3ର ମୋସନ ପୋଷ୍ଟର ରିଲିଜ କରିବା ସହ ରାଧେର ପୋଷ୍ଟର ମଧ୍ୟ ରିଲିଜ କରିଛନ୍ତି । ଖ୍ରୀଷ୍ଟମାସ ସହ ଇଦରେ ସବୁଥର ଭଳି ଏଥର ମଧ୍ୟ ଦମଦାର ଏଣ୍ଟ୍ରି କରିବେ ସଲମାନ । ଦୁଇ ଦୁଇଟି ଆକ୍ସନ ଫିଲ୍ମ ନେଇ ଆସୁଛନ୍ତି ସଲମାନ ଖାନ୍ ।
ରାଧେରେ ତୃତୀୟ ଥର ପାଇଁ ଏକାଠି କମା କରିବେ ସଲମାନ ଓ ପ୍ରଭୂଦେବା । ଫିଲ୍ମର ନିର୍ଦ୍ଦେଶନା ପ୍ରଭୂଦେବା କରୁଥିବା ସହ ପ୍ରଯୋଜନା ଭାର ସମ୍ଭାଳିବେ ସୋହେଲ ଖାନ୍ । ତେବେ ଫିଲ୍ମଟି 2017ର କୋରିଆନ ଫିଲ୍ମ ‘ଆଉଟ-ଲ’ର ହିନ୍ଦି ରିମେକ୍ ।