ମୁମ୍ବାଇ: ବଲିଉଡ ଓ ସାଉଥର ଫେମସ ଅଭିନେତା ଆର ମାଧବନ ନିଜ ଅଭିନୟ ପାଇଁ ସବୁବେଳେ ଦର୍ଶକଙ୍କ ମନ କିଣିଥାଆନ୍ତି । ଫିଲ୍ମ ସହ ସେ ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ ରୁହନ୍ତି । କିନ୍ତୁ କେବେ କେବେ ସୋସିଆଲ ମିଡିଆରେ ସେ ଟ୍ରୋଲର୍ସଙ୍କ ଶିକାର ମଧ୍ୟ ହୋଇଯାଆନ୍ତି । ସେ ପୁଣିଥରେ ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଛନ୍ତି ।
ଏଥର ମାଧବନଙ୍କ ଧାର୍ମିକ ଆସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୋସିଆଲ ମିଡିଆ ୟୁଜର୍ସ । କଥାଟି ହେଲା କି ଅଗଷ୍ଟ 15ରେ ମାଧବନ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ମାଧବନ ପିତା ଓ ପୁଅ ସହ ବସିଥିବାର ଦେଖାଯାଉଥିଲେ ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆର ମାଧବନ ଏହି ଫଟୋଟିକୁ ସେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠୁଛି ।
ଜଣେ ୟୁଜର ମାଧବନଙ୍କ ସେୟାର ହୋଇଥିବା ଫଟୋକୁ ଜୁମ କରି ପଛରେ ଦେଖାଯାଉଥିବା ପୂଜାସ୍ଥଳରେ ଖ୍ରୀଷ୍ଟୀୟାନ ଧର୍ମର ପ୍ରତୀକକୁ ନେଇ ପ୍ରଶ୍ନ କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘କଣ ଏହା ମନ୍ଦିର ? ଆପଣ ମୋ ସମ୍ମାନ ହରାଇଛନ୍ତି । କଣ ଆପଣ ଚର୍ଚରେ ହିନ୍ଦୁ ଭଗବାନଙ୍କ ପ୍ରତିମା ଦେଖୁଛ । ଆଜି ଆପଣ ଯାହା କିଛି କରିଛନ୍ତି ସବୁ ମିଛ ।’
ୟୁଜରଙ୍କ ଏପରି କଥାରେ କ୍ରୋଧିତ ହୋଇ ମାଧବନ ଲେଖିଥିଲେ, ‘ଆଜି ଯେଉଁ ଲୋକଙ୍କ ଠାରୁ ସମ୍ମାନ ପାଇବାର କୌଣସି ଆଶା ନାହିଁ ସେ ମତେ ସମ୍ମାନ ହରାଇବା କଥା କହୁଛନ୍ତି । ମୁଁ ଆଶ୍ଚର୍ଯ୍ୟ ଅଛି କି ଆପଣ ସେଠାରେ ଗୋଲ୍ଡେନ ଟେମ୍ପଲର ଫଟୋ ଦେଖିପାରିଲେଣି । ଆଉ ମତେ ପ୍ରଶ୍ନ କଲେ ନାହିଁ କି କଣ ମୁଁ ଧର୍ମ ପରିବର୍ତ୍ତନ କରିଦେଇଛି । ସେଠାରେ ଦୁନିଆର ସବୁ ଧର୍ମର ଜିନିଷ ଅଛି । ତେଣୁ ମୁଁ ସମସ୍ତଙ୍କ ଆସ୍ଥା ଏବଂ ଧର୍ମର ସମ୍ମାନ କରେ ।