ନୂଆଦିଲ୍ଲୀ: କମିବାର ନାଁ ନେଉନି କୋରୋନା । ଦିନକୁ ଦିନ ବଢିବାରେ ଲାଗିଛି ସଂଖ୍ୟା । ଏବେ ଆଉ ଜଣେ ସେଲିବ୍ରିଟିଙ୍କୁ କୋରୋନା ହେବା ନେଇ ଖବର ସାମ୍ନାକୁ ଆସିଛି । ମାର୍ଚ୍ଚ 24ରେ ବଲିଉଡ ସୁପରଷ୍ଟାର ଆମୀର ଖାନଙ୍କ ପରେ ଆଜି ଆଉ ଜଣେ ଅଭିନେତା କୋରୋନା ଆକ୍ରାନ୍ତ ହୋଇଛନ୍ତି । ଆଜି ଆମୀରଙ୍କ ବନ୍ଧୁ ତଥା ଜଣାଶୁଣା ଚଳଚ୍ଚିତ୍ର ଅଭିନେତା ଆର ମାଧବନ୍ ଙ୍କୁ କୋରୋନା । ଯାହାର ସୂଚନା ସେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଦେଇଛନ୍ତି ।
ଆମୀରଙ୍କ ପରେ ଆର ମାଧବନ୍ ଙ୍କୁ କୋରୋନା - ଆମୀରଙ୍କ ପରେ ଆର ମାଧବନ୍ ଙ୍କୁ କୋରୋନା
ବଲିଉଡ ସୁପରଷ୍ଟାର ଆମୀର ଖାନଙ୍କ ପରେ ଆଜି ଆଉ ଜଣେ ଅଭିନେତା କୋରୋନା ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...
ମାଧବନ ତାଙ୍କ ଟ୍ବିଟର ଆକାଉଣ୍ଟରେ କୋରୋନାର ସୂଚନା ଦେବା ସହ ଏକ ବଡ ମଜାଳିଆ କଥା କହିଛନ୍ତି । ଯେଉଁଥିରେ ସେ ଫିଲ୍ମ 'ଥ୍ରୀ ଇଡିଅଟ୍ସ'ର ସ୍ମୃତିକୁ ସତେଜ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଆମୀର ଖାନ ଏବଂ ଆର ମାଧବନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
ଟ୍ବିଟରରେ ଫଟୋ ସେୟାର କରି ମାଧବନ ଲେଖିଛନ୍ତି, 'ଫରହାନଙ୍କୁ ରାଞ୍ଚୋଙ୍କୁ ଫର୍ଲୋ କରିବାକୁ ପଡିବ ଏବଂ 'ଭାଇରସ' ତ ସବୁବେଳେ ଆମ ପଛରେ ରହିଆସିଛି କିନ୍ତୁ ଏଥର ଏହି ଭାଇରସ ଆମକୁ ଧରିଛି । କିନ୍ତୁ ସବୁ ଠିକ୍ ଅଛି ... ଏବଂ ଶୀଘ୍ର କୋଭିଡ୍ ମଧ୍ୟ ଚାଲିଯିବ । ତଥାପି, ଏହା ଏକମାତ୍ର ଜାଗା...ଆମେ ଚାହୁଁନାହୁଁ ଯେ ରାଜୁକୁ କୋରୋନା ହଉ । ତୁମର ସମସ୍ତ ଭଲପାଇବା ପାଇଁ ଧନ୍ୟବାଦ । ମୁଁ ମୋର ସଠିକ୍ ଯତ୍ନ ନେଉଛି '।