ନୂଆଦିଲ୍ଲୀ : ମହାମାରୀ କୋରୋନା ସମୟରେ ଯେତେବେଳେ ସାରା ଦେଶ ତାଲାବନ୍ଦ ସ୍ଥିତିରେ ରହିଥିଲା, ସେବେ ଅନେକ ପ୍ରବାସୀ ଶ୍ରମିକଙ୍କୁ ସହଯୋଗର ହାତ ବଢାଇ ରିଅଲ ଲାଇଫ ହିରୋ ସାଜିଥିଲେ ବଲିଉଡ ଅଭିନେତା ସୋନୁ ସୁଦ । ତେବେ ସୋନୁଙ୍କ ଏପରି ମହାନ କାର୍ଯ୍ୟ ପାଇଁ ତାଙ୍କୁ ଦେଶ ତଥା ବିଦେଶରୁ ବହୁତ ସମ୍ମାନ ମିଳିଥିଲା ।
ଏବେ ସୋନୁଙ୍କୁ ଏକ ନୂଆ ଦାୟିତ୍ବ ମିଳିଛି । ସୋନୁଙ୍କୁ ପଞ୍ଜାବ ସରକାର ଟୀକାକରଣ ଅଭିଯାନ ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବରେ ନିଯୁକ୍ତ କରିଛନ୍ତି । ଏନେଇ ରବିବାର ଦିନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଘୋଷଣା କରିଛନ୍ତି ।