ଓଡିଶା

odisha

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ସେଲିବ୍ରିଟି

By

Published : Feb 14, 2020, 4:30 PM IST

ପୁଲୱାମା ବୀର ଯୋଦ୍ଧାଙ୍କ ବଳିଦାନକୁ ପୁରିଛି ଏକ ବର୍ଷ । ଦେଶବାସୀଙ୍କ ସହ ବଲିଉଡ ଷ୍ଟାର୍ସ ଦେଉଛନ୍ତି ଶ୍ରଦ୍ଧାଞ୍ଜଳୀ। ଲତା ମଙ୍ଗେସକର ଓ ଅକ୍ଷୟ କୁମାର ଦେଲେ ଶ୍ରଦ୍ଧାଞ୍ଜଳୀ।

_pulwama attack anniversary
ଡିଜାଇନ ଫଟୋ

ମୁମ୍ବାଇ: ଜମ୍ମୁ-କଶ୍ମୀରର ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଆଜି ଏକ ବର୍ଷ ପୂରିଛି। ଗତବର୍ଷ ଫେବୃଆରୀ 14ରେ ଆତଙ୍କବାଦୀ ଆକ୍ରମଣରେ 40 ରୁ ଊର୍ଦ୍ଧ୍ୱ ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ଏହି ଦିନକୁ ସ୍ମରଣ କରି ଆଜି ପୁରା ଦେଶ ସେହି ସାହାସୀ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ଏହି କ୍ରମରେ ଫେମସ ଗାୟିକା ଲତା ମଙ୍ଗେସକର ନିଜ ଗୀତର ଭିଡିଓ ସେୟାର କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ସେ ଟ୍ବିଟରେ ନିଜର ଏକ ଦେଶଭକ୍ତି ଗୀତର ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଗତ ବର୍ଷ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଶହିଦ ଆମ ସିଆରପିଏଫର ବୀର ଯବାନଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳୀ।’ ତାଙ୍କ ଦ୍ବାରା ସେୟାର କରାଯାଇଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଲତାଙ୍କ ପରି ବି-ଟାଉନର ଖିଲାଡି ଅକ୍ଷୟ କୁମାର ମଧ୍ୟ ଟ୍ବିଟରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ସେ ଶହୀଦ ଯାବନଙ୍କ ଫଟୋ ସେୟାର କରି ଲେଖିଛନ୍ତି, ‘ପ୍ରେମ ଦିବସରେ ସେହି ଲୋକଙ୍କୁ ସ୍ମରଣ କରିବା, ଯିଏ ଦେଶ ପାଇଁ ପ୍ରେମ ଦେଖାଇ ବଳିଦାନ କରିଛନ୍ତି । ତାଙ୍କ ବଳିଦାନକୁ ସବୁବେଳେ ସ୍ମରଣ କରାଯିବ । ପୁଲୱାମା ଆକ୍ରମଣରେ ଶହିଦ ହୋଇଥିବା ସବୁ ଯବାନଙ୍କୁ ମୋର ସଲାମ । ଆମେ ଭୁଲି ନାହୁଁ କିମ୍ବା କ୍ଷମା ମଧ୍ୟ କରିନାହୁଁ।’

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ABOUT THE AUTHOR

...view details